ବିଜେପିର ମିଶ୍ରଣ ପର୍ବ
ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ଶିଖରପଲ୍ଲୀ ଗ୍ରାମରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଖରପଲ୍ଲୀ ଗ୍ରାମର ଜନସାଧାରଣମାନେ ବିଭିନ୍ନ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ସବକା ବିକାଶରେ ବିଶ୍ୱାସ କରି ଅନ୍ୟ ଦଳ ଛାଡି ଆଜି ବିଜେପିରେ ସାମିଲ ହୋଇଥିବା କହିଥିଲେ । ବିଧାୟକ ଶ୍ରୀ ନାୟକ ସେମାନଙ୍କ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ । ଆଗାକୁ ଆହୁରି ଦଳ ମଜବୁଦ ହେବା ସହ ଏହି ଡବଲ ଇଞ୍ଜିନ ସରକାର ଯାହା କଥା ଦିଏ ତାହା କାମରେ କରେଇକି ଦେଖାଏ । ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ବିଜେପି ଦେଇଥିଲା ତାହା ଏବେ ଗୋଟେ ଗୋଟେ କରି କାମରେ ଲଗାଉଛି ବୋଲି କହିବା ସହ ଏହି ଦଳ ସର୍ବଦା ଲୋକଙ୍କ ସେବାହିଁ କାମ କରିବ ବୋଲି କହିଥିଲେ । ଶିଖରପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସନ୍ୟାସୀ ପ୍ରଧାନ ଓ ସୁବାଷ ପ୍ରଧାନଙ୍କ ସଭାପତିତ୍ୱ କରିଥିବା ବେଳେ ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକ ସଂଯୋଜନାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଗଂଜାମ ଜିଲ୍ଲା ସଂପାଦକ ପଦ୍ମଚରଣ ସାହୁ ଓ ଲକ୍ଷ୍ମୀ ପଣ୍ଡା, ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ବି.ଶଙ୍କର ରେଡି,ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବସନ୍ତ କୁମାର ବେହେରା,ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲେଇ ,ପୂର୍ବତନ ସମିତିସଭ୍ୟ ଏନ୍?.ଦୁର୍ଯ୍ୟୋଧନ ରେଡି, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ପାଢୀ, ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୈାଡ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ସୁନ୍ଦରପୁର ସରପଞ୍ଚ ଗଗନ ବେହେରାଙ୍କ ସମେତ ଅନ୍ୟନ୍ୟା କର୍ମକର୍ତ୍ତା ମାନେ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ନାୟକଙ୍କୁ ଫୁଲ ଚନ୍ଦନ ଦେଇ ବିରାଟ ପଟୁଆରରେ ଗ୍ରାମକୁ ପାଛୋଟି ନେଇଥିଲେ । ପରେ ଗ୍ରାମର ଥିବା ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀମାନେ ବିଧାୟକଙ୍କୁ ଅବଗତ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅର୍ଜୁନ ବେହେରା ପରିଚାଳନା କରିଥିଲେ