ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି
ନୂଆପଡ଼ା: ନୂଆପଡ଼ା ଜିଲାର ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ରବିବାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ପଠାଯାଇଛି।
ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁ ରହିଛି। ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ବୁଥର ପୋଲିଂ ପାର୍ଟିକୁ ଥରକୁ ୧୪ ଜଣ କରି ସୁନାବେଡାକୁ ପଠାଯାଇଛି। ସେମାନେ ସୁନାବେଡା, ସୋସେଙ୍ଗ ସିଆର୍ପିଏଫ୍ କ୍ୟାମ୍ପରେ ରାତ୍ରି ଯାପନ କରିବେ। ସୋମବାର ସକାଳେ ସୁରକ୍ଷା ବଳରେ ପୋଲିଂ ବୁଥକୁ ନେଇ ଛଡା ହେଲା ପରେ ଭୋଟିଂ କାର୍ୟ୍ୟ ଆରମ୍ଭ ହୋଇଛି ।।
ଜିଲାପାଳ ତଥା ନିର୍ବାଚନ ଅଧିକାରୀ ହେମକାନ୍ତ ସାୟଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀମାନେ ଇଭିଏମ୍କୁ ଟିକିନିଖି ଯାଞ୍ଚ କରିଥିଲେ।