ଜିନ୍ଦଲକୁ ଆପେକ୍ସ ଇଣ୍ଡିଆ ଏକ୍ସେଲେନ୍ସିର ପ୍ଲାଟିନମ୍ ପୁରସ୍କାର

 କଳିଙ୍ଗନଗର : ଜିନ୍ଦଲ ଷ୍ଟିଲ୍ କଳିଙ୍ଗନଗରକୁ ୨୦୨୩ ବର୍ଷ ପାଇଁ ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ପ୍ଲାଟିନମ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ହୋଟେଲ ଶାଙ୍ଗରୀଲା ଏରୋସରେ ୮ମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେଅତିଥି ଭାବେ ଡିଫେନ୍ସ ଏକ୍ସପର୍ଟ ଅଫ୍ ଇଣ୍ଡିଆ, ପି.କେ ସିଂହଲ (ମେଜର ଜେନରାଲ ଇଣ୍ଡିଆନ ଆର୍ମି ), ଡଃ ଅବନେଶ ସିଂ, ମହାନିଦେ୍ର୍ଦଶକ, କାରଖାନା ପରାମର୍ଶ ସେବା ଏବଂ ଶ୍ରମ ପ୍ରତିଷ୍ଠାନଗୁଡ଼ିକର ନିଦେ୍ର୍ଦଶାଳୟ ଜେନେରାଲ୍, ଭାରତ ସରକାର ଏବଂ ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନର ଫାଉଣ୍ଡର କୁଳଦୀପ ସିଂହଙ୍କ ଦ୍ୱାରା ଜିନ୍ଦଲ ଷ୍ଟେନଲେସ ଯାଜପୁରକୁ ମେଟାଲ୍ ଏବଂ ମାଇନିଂ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ଆପେକ୍ସ ଇଣ୍ଡିଆ ଏକ୍ସେଲେନ୍ସିର ପ୍ଲାଟିନମ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଜିନ୍ଦଲ ଷ୍ଟେନଲେସ ଯାଜପୁରର ସୁରକ୍ଷା ବିଭାଗ ଗତ ୩ ବର୍ଷ ଧରି ଶୂନ୍ୟ ଦୁର୍ଘଟଣା ସହ ଉତମ ସୁରକ୍ଷା ମାନଦଣ୍ଡ ପାଳନ କରିଆସୁଥିବାରୁ ଜିନ୍ଦଲକୁ ପ୍ରାୟ ସର୍ବମୋଟ ୧୦ ଗୋଟି ସୁରକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା । ତନ୍ମଧ୍ୟରୁ ଆନ୍ତର୍ଜାତୀୟ ବ୍ରିଟିଶ ସୁରକ୍ଷା ପରିଷଦ ପୁରସ୍କାର, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ପୁରସ୍କାର ସହ ରାଜ୍ୟର ସର୍ବଶ୍ରେଷ୍ଠ କଳିଙ୍ଗ ନିରାପତା ଉକôର୍ଷ ପୁରସ୍କାର ଅନ୍ତର୍ଭୁକ୍ତ ଅଟେ । ୧୦ ଗୋଟି ଶ୍ରେଷ୍ଠ ସୁରକ୍ଷା ସମ୍ମାନ ମିଳିଥିବାରୁ ଜିନ୍ଦଲ ଷ୍ଟେନଲେସ ସୁରକ୍ଷା ବିଭାଗର ମୁଖ୍ୟ ମନୋଜ କୁମାର ବଳ କାରଖାନାର ସମସ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।