ବିଭିନ୍ନ ସ୍ଥାନରେ ବାସନ୍ତୀ ଦୁର୍ଗାପୂଜା ପାଳିତ
ଦଶରଥପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସନ୍ତୀ ଦୁର୍ଗାପୂଜା ପାଳିତ ହୋଇଯାଇଛି । ଦଶରଥପୁର ବ୍ଲକ୍ ରାମବାଗ ହାଇସ୍କୁଲ ଛକରେ ୫୪ବର୍ଷଧରି ପାରମ୍ପରିକ ରୀତିନୀତିରେ ପୂଜା ପାଳିତ ହୋଇଆସୁଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବଜାର କମିଟି ସହ ଗ୍ରାମବାସୀ ଅନ୍ନଦା ପ୍ରସାଦ ସିଂ, ଶ୍ରୀନିବାସ ଜେନା, ପରମେଶ୍ୱର ଜେନା, କେଦାରନାଥ ଜେନା, ଶାନ୍ତନୁ ଜେନା, ଜୟଦେବ ଜେନା, ପର୍ଶୁରାମ ବାଚପେୟୀ, ଗଙ୍ଗାଧର ସାହୁ, ପ୍ରଦୀପ କୁମାର ନାୟକ, କଳ୍ପତରୁ ମାଝୀ, ଅନନ୍ତ ସାହୁ, ପ୍ରଶାନ୍ତ କୁମାର ରାଉତ, ସୁଧାକର ପରିଡ଼ା, ସୌମ୍ୟରଞ୍ଜନ ଜେନା ପ୍ରମୁଖ ପୂଜାରେ ସମସ୍ତ ସହଯୋଗ କରିଥିବାର ଜଣାପଡ଼ିଛି । ସେହିପରି କାଟିଆ ଛକଠାରେ ମା’ଙ୍କ ପୂଜା ପାଳିତ ହୋଇଛି । ବଜାର କମିଟି ସହ ସମାଜସେବୀ ରବିନାରାୟଣ ସେନାପତି, କାଳନ୍ଦୀ ବେହୁରିଆ ପ୍ରମୁଖ ଦାୟିତ୍ୱ ନେଇ ମା’ଙ୍କ ପୂଜାରେ ସାମିଲ ରହିଛନ୍ତି ।
ବରୁଆଁ: ଯାଜପୁର ବ୍ଲକ୍ ପୁରୁଷୋତମପୁର ଗ୍ରାମରେ ୮୧ ତମ ବାସନ୍ତୀ ଦୁର୍ଗା ପୂଜା ପାଳିତ ହୋଇଛି । ଏହି ଗ୍ରାମର ପ୍ରାୟ ୧୫୧ ଗୋଟି କୈବର୍ତ୍ତ ପରିବାର ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ପ୍ରତ୍ୟେକ ଦିନ ବିଧି ବ୍ୟବସ୍ଥା ମଧ୍ୟରେ ଦେବୀ ଦୁର୍ଗାଙ୍କର ନିତିକାନ୍ତି ପାଳନ କରାଯାଇଛି । ପବିତ୍ର ଦଶହରା ପୂଜା ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବା ସହ ସିନ୍ଦୂର ଖେଳ େହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ବିରଂଚି ନାରାୟଣ ପାଢ଼ୀ, ପଣ୍ଡିତ ସଚ୍ଚିକାନ୍ତ ଷଡ଼ଙ୍ଗୀ, ରମଣୀ ମହାପାତ୍ର, ଯଜ୍ଞଦତ ରଥ, ଦେବେନ୍ଦ୍ର ରଥ, ସହଯୋଗୀ ଶ୍ୟାମସୁନ୍ଦର ବାରିକ୍,କର୍ତା ଭାବେ ଦିଲ୍ଲୀପ କୁମାର ତରାଇ ଓ କର୍ତି ଭାବେ ମଞ୍ଜୁଲତା ତରାଇ ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ ।
ବ୍ୟାସନଗର: ପୈାରାଂଚଳ କୋପଣ୍ଡ ଛକରେ ପ୍ରଥମ କରି ପାଳିତ ହୋଇଥିବା ବାସନ୍ତୀ ଦୁର୍ଗାପୂଜା ସମାହିତ ହୋଇଛି । ନବମୀ ତିଥିରେ ମା’ଙ୍କ ପୂର୍ଣ୍ଣାହୁତି ଦିଆଯାଇ ଦଶହରା ପାଳନ କରାଯାଇଥିଲା । ପୂଜାରେ କର୍ତ୍ତା ଭାବେ ଦୀପ ଚକ୍ରବର୍ତି ଏବଂ କର୍ତି ଭାବେ ଦୀପାଳୀ ଚକ୍ରବର୍ତି କାର୍ଯ୍ୟ ସଂପାଦନ କରିଥିଲେ । ପୂଜା କମିଟଇ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ପୂଜାକାର୍ଯ୍ୟ ସଂପାଦନ କରାଯାଇଥିଲା ।