ରାଣୀ ଅହଲ୍ୟାବାଇଙ୍କ ୩୦୦ତମ ଜୟନ୍ତୀ 

ଢେଙ୍କାନାଳ  : ନାରୀଶକ୍ତିର ଜୀବନ ଗାଥା ଏବଂ ରାଜମାତାରୁ ଲୋକମାତା ସାଜିଥିବା ପୁଣ୍ୟଶ୍ଳୋକ ରାଣୀ ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ମାତୃଶକ୍ତିଙ୍କୁ ସମ୍ବୋଧିତ କରି ମାତୃଜାତି ପାଇଁ ପ୍ରେରଣାର ଉତ୍ସ ସାଜିଥିବା ତଥା ମହିଳା ସଶକ୍ତିକରଣର ମହାନ ପ୍ରତୀକ ରାଣୀ ଅହଲ୍ୟାବାଇ ହୋଲକରଙ୍କ ଜୀବନୀ, ସଂସ୍କୃତି ଏବଂ ସାମାଜିକ ଦାଇତ୍ୱବୋଧ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ଏହି କର୍ମଶାଳାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ  ଶତୃଘନ ଜେନା,  ଢେଙ୍କାନାଳ ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ର, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ପରଜଙ୍ଗ ବ୍ଲକ୍ ଉପାଧ୍ୟକ୍ଷା ଯଶସ୍ୱିନୀ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଇତିଶ୍ରୀ ସାହୁ, ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପ୍ରେମାନନ୍ଦ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଣୀ ଅହଲ୍ୟାବାଇ ନାରୀ ଜାତିର ଏକ ପ୍ରତୀକ ଓ ଆଦର୍ଶ, ତାଙ୍କ ଧୈର୍ଯ୍ୟ, ସାହସ, ସେବାମନୋବୃତି ଓ ସୁଶାସନ ପାଇଁ ୩୦୦ବର୍ଷ ପରେ ବି ଦେଶ ତାଙ୍କୁ ମନେ ରଖିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁନୁବାଳା ରାଉତ, ରତ୍ନପ୍ରଭା ପଣ୍ଡା, ବ୍ରଜେଶ୍ୱର ଦାସ, ମାମିନା ସ୍ୱାଇଁ, ଯମୁନା ଟୁଡୁ, ନିବେଦିତା ରାଉତ, ଦମୟନ୍ତୀ ପାଣି, ଏଲିନା ଭୁତିଆ, ମାଳବିକା ସ୍ୱାଇଁ, ଲିଜା ପୁହାଣ, ରୀନାରାଣୀ ବେହେରା, ସ୍ୱର୍ଣ୍ଣମୟୀ ରାଉତ, ପ୍ରଶାନ୍ତି ବେହେରା, ଲକ୍ଷ୍ମୀପ୍ରିୟା ଦଳେଇ, ସୁମିତ୍ରା ମଲ୍ଲିକ, ସୋନି ସାହୁ, ଜ୍ୟୋତ୍ସ୍ନା ବିଶ୍ୱାଳ, ରୁନୁବାଳା ସାହୁ, ସସ୍ମିତା ସାହୁଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ମହିଳା ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ନେତ୍ରୀ ସଂଯୁକ୍ତା ହୋତା ଧନ୍ୟବାଦ ପ୍ରଦାନ କରିଥିଲେ ।