ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହିନେ୍ଦାଳ : ହିନେ୍ଦାଳ ବନାଞ୍ଚଳ ଖଜୁରିଆ କଟା ସେକ୍ସନ ଠୋକର ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବାର ଜଣା ଯାଇଛି । ଘଟଣାରୁ ଜଣା ଯାଏ ଯେ ଏହି ଗ୍ରାମର ଖେନା ମାଝୀ (୮୦)ଆଜି ଅପରାହ୍ନ ରେ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିଲେ । ଗ୍ରାମ ନିକଟସ୍ଥ ଖାଲତଇଳା ବନ୍ଧ ନିକଟରେ ହାତୀ ଆକ୍ରମଣ କରିଥିବାର ଜଣା ଯାଇଛି । ଘଟଣା ସ୍ଥଳରେ ବନବିଭାଗ ଓ ବାଲିମି ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।