ମା'ଶାରଳାଙ୍କ ମନ୍ଦିରରେ ଲାଗିଲା ରୁପା କବାଟ

 ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀଙ୍କ ରୌପ୍ୟନିର୍ମିତ କବାଟର ପାରମ୍ପରିକ ପୂଜା ରୀତିନୀତି କରାଯାଇ କବାଟ ଲଗାଯାଇଛି  । ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ୱାରା ଏହା ଉଦ୍ଘାଟିତ ହୋଇଛି । ତାଙ୍କ ସହିତ ମନ୍ଦିର ସେବାୟତ ଓ ବହୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ଡିତ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ  । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ସକ୍ରିୟ ସହଯୋଗ କରିଛନ୍ତି  । ମନ୍ଦିରର ଗର୍ଭାଦ୍ୱାର ପ୍ରବେଶ ପଥରେ ଥିବା ଦ୍ୱାରରେ ଶିଶୁକାଠରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ ଚନ୍ଦନ ଯାତ୍ରାର ଉଦଯାପନୀ ଉସôବରେ ମାଆଙ୍କ ଚନ୍ଦନ ଲାଗି ପରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍ଘାଟନ କରାଯାଇଛି । ଝଙ୍କଡ଼ ଶାରଳା ରଳା ପୀଠ ସ୍ଥିତ ଜଗନ୍ନାଥ ମହୋସôବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ ସହଯୋଗରେ ଏହା ସମ୍ଭବ ହୋଇଛି । ଏହି ଉସôବରେ ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡାଙ୍କ ଓ ସମସ୍ତ ସେବାୟତମାନେ ପୂଜାର୍ଚ୍ଚନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ତ ଅଧିବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ରୂପା କବାଟ ଦେଖି ଭକ୍ତଙ୍କ ମନରେ ଖୁସି ପରିଲକ୍ଷିତ ହୋଇଥିଲା ।