ବିଦାୟୀ ବର୍ଷ ଓ ଭାରତର ନ୍ୟାୟ ପାଳିକା
ସତ୍ୟ ମହାପାତ୍ର : ଏହି ବର୍ଷରେ ଭାରତର ନ୍ୟାୟ ପାଳିକା ଅନେକ ଯୁଗାନ୍ତକାରୀ, ଲୋକପ୍ରିୟ ଓ ଐତିହାସିକ ରାୟ ପ୍ରଦାନ କରି କେବଳ ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା କରିନାହାଁନ୍ତି ବରଂ ଭାରତୀୟ ନ୍ୟାୟ ପାଳିକା, ନ୍ୟାୟ ଓ ସମାନତାର ପ୍ରତୀକ ବୋଲି ଲୋକମାନଙ୍କର ବିଶ୍ୱାସ ଓ ଭରସାକୁ ସୁନିଶ୍ଚିତ କରିଛନ୍ତି । ୨୦୨୪ରେ ସର୍ବୋଚ୍ଚ ଅଦାଲତ କେତେକ ମୁଖ୍ୟ ସାମ୍ବିଧାନିକ ସିଦ୍ଧାନ୍ତକୁ ପୁନଃ ପୁଷ୍ଟିକରିବା ସହ ଏଥିରେ ରହିଥିବା ଅଧିକାର ଗୁଡ଼ିକର ଦୃଢ଼ତା ଓ ବିଶ୍ୱସନୀୟତାକୁ ପ୍ରତିପାଦିତ କରିଛନ୍ତି । ଧର୍ମୀୟ ସ୍ୱାଧୀନତା ହେଉ ବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ ମାମଲାରେ ମାନ୍ୟବର ଅଦାଲତ ସମସ୍ତ ନାଗରିକଙ୍କ ପାଇଁ ରାଷ୍ଟ୍ରର ଆନୁଗତ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଛନ୍ତି । ବିଦାୟୀ ବର୍ଷର କିଛି ପ୍ରମୁଖ ଓ ଐତିହାସିକ ରାୟ ସମ୍ପର୍କରେ ଆମେ ଆଲୋଚନାଟି ରଖୁଛୁ । ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଅସାମ୍ବିଧାନିକ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଆଗତ ଅଭିଯୋଗ ଆଧାରରେ ତାଙ୍କ ଘର ଭଙ୍ଗାଯାଇ ପାରିବ ନାହିଁ । ଜଣେ ବ୍ୟକ୍ତି କିଛି ଭୁଲ କରିଥିଲେ ତାଙ୍କ ପାଇଁ ପୁରା ପରିବାରକୁ ଦଣ୍ଡିତ କରାଯାଇ ପାରିବ ନାହିଁ । ଅଭିଯୋଗ ଉପରେ କାର୍ଯ୍ୟପାଳିକା କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ, ଏହା ନ୍ୟାୟପାଳିକାର କର୍ତ୍ତବ୍ୟ । ସୁପ୍ରିମକୋର୍ଟ ନଭେମ୍ବର ୧୩ରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହ ଏହି ଐତିହାସିକ ରାୟ ଶୁଣାଇଥିଲେ । ଜଷ୍ଟିସ ବି.ଆର. ଗଭାଇ ଏବଂ କେ.ଭି. ବିଶ୍ୱନାଥନ୍ଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ୯୫ ପୃଷ୍ଠା ସମ୍ବଳିତ ରାୟ ଦେଇଥିଲେ । ଜଣେ ନାଗରିକ କୌଣସି ଅପରାଧିକ ମାମଲାରେ ଅଭିଯୁକ୍ତ, ଏପରି କି ଦୋଷୀ ହୋଇଥିଲେ ମଧ୍ୟ ତାଙ୍କ ଘର ଭାଙ୍ଗିବା ସମ୍ପୂର୍ଣ୍ଣ ରୂପେ ଅସାମ୍ବିଧାନିକ ।
ନାଗରିକତ୍ୱ ଆଇନ ଧାରା ୬ଏର ବୈଧତା କାଏମ ରହିଛି । ଆସାମକୁ ୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସିଥିବା ବାହାର ଦେଶର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ନାଗରିକତ୍ୱ ଆଇନର ଧାରା ୬ଏର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ଅକ୍ଟୋବର ୧୭ରେ କାଏମ ରଖିଥିଲେ । ଆସାମ ବୁଝାମଣା ବେଆଇନ ଭାବେ ଆସି ରହିଯାଇଥିବା ଲୋକଙ୍କ ସମସ୍ୟାର ରାଜନୈତିକ ସମାଧାନ ଥିଲା ବୋଲି ସାମ୍ବିଧାନିକ ପୀଠ କହିଥିଲେ । ଆସାମ ବୁଝାମଣା ଅଧୀନରେ ଆସୁଥିବା ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ସିଟିଜେନସିପ ଆକ୍ଟରେ ଧାରା ୬ଏ ସାମିଲ ହୋଇଥିଲା । ସାମ୍ବିଧାନିକ ପୀଠର ବିଚାରପତିମାନେ ନାଗରିକତ୍ୱ ଆଇନର ଧାରା ୬ଏର ବୈଧତାକୁ ସମର୍ଥନ କରିଥିଲେ । ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିବା ଅଧିକାର ନାଗରିକଙ୍କର ରହିଛି । ରାଷ୍ଟ୍ରର ନିଷ୍ପତ୍ତିକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି । ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସମାଲୋଚନା କରି ହ୍ୱାଟ୍ସଆପରେ ମେସେଜ ପୋଷ୍ଟ କରିଥିବା ପ୍ରଫେସର ଜାଭେଦ ମହମ୍ମଦ ହାଜମଙ୍କ ବିରୋଧରେ ମାମଲା ସୁପ୍ରିମକୋର୍ଟ ମାର୍ଚ୍ଚ ୭ରେ ଖାରଜ କରିଦେବା ଅବସରରେ ଏହା କହିଥିଲେ ।
ଧର୍ମାନୁଷ୍ଠାନରେ ସର୍ଭେ ବନ୍ଦ ନିଦେ୍ର୍ଦଶ । ଭାରତରେ ଉପାସନା ସ୍ଥଳଗୁଡ଼ିକର ଧର୍ମୀୟ ଚରିତ୍ରକୁ ବଜାୟ ରଖିବା ପାଇଁ ୧୯୯୧ରେ ଉପାସନା ସ୍ଥଳ ସ୍ୱତନ୍ତ୍ର ନିୟମ ଆଇନ ପ୍ରଣୟନ କରାଯାଇଥିଲା । ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ନିର୍ମିତ ଧର୍ମାନୁଷ୍ଠାନଗୁଡ଼ିକରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଏଥିରେ ବ୍ୟବସ୍ଥା ରହିଛି । କିନ୍ତୁ ଦେଶର ଅନେକ ସ୍ଥାନରେ ମନ୍ଦିର ଗୁଡ଼ିକ ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷଦାବି କରିବା ସହ ସର୍ଭେ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି । ନଭେମ୍ବର ୨୪ରେ କୋର୍ଟଙ୍କ ନିଦେ୍ର୍ଦଶାନାସୁାରେ ଉତ୍ତର ପ୍ରଦେଶର ସମ୍ବଲସ୍ଥିତ ଶାହି ଇମାମ ମସଜିଦରେ ସର୍ଭେ ବେଳେ ସାମ୍ପ୍ରଦାୟିକ ହିଂସାରେ ୫ ଜଣଙ୍କ ମୃତୁ୍ୟ ଘଟିଥିଲା । କୋର୍ଟ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦରଘା କମିଟି ଏବଂ ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ନୋଟିସ କରି ମସଜିଦ ଓ ଦରଘାଗୁଡ଼ିକରେ ସର୍ବେକ୍ଷଣ କାର୍ଯ୍ୟ ବନ୍ଦ କରିବାକୁ ଡିସେମ୍ବର ୧୨ରେ ନିଦେ୍ର୍ଦଶ ଦେଇଥିଲେ । ୨୦୦୨ ଗୁଜୁରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଗଣବଳାକ୍ରାର ଓ ତାଙ୍କ ପରିବାରର ସାତ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଅପରାଧୀଙ୍କୁ ଜେଲ ଫେରିବାକୁ ହେବ ବୋଲି ସୁପ୍ରିମକୋର୍ଟ ଜାନୁଆରୀ ୮ରେ ରାୟ ଦେଇଥିଲେ ।୨୦୨୨ରେ ଅପରାଧୀମାନଙ୍କୁ ମୁକ୍ତ କରିବା କ୍ଷମତା ଗୁଜୁରାଟ ସରକାରଙ୍କ ନଥିଲା ବୋଲି ଜଷ୍ଟିସ ବି.ଭି. ନାଗରତ୍ନା ଓ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ରାୟରେ କହିଥିଲେ । ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ଼ ଆଇନ, ୨୦୦୪ରେ ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ନଭେମ୍ବର ୫ରେ କାଏମ ରଖିଥିଲେ । ଆଲାହାବାଦ ହାଇକୋର୍ଟ ପୂର୍ବ ରାୟରେ ଉକ୍ତ ଆଇନକୁ ଅସାମ୍ବିଧାନିକ ଦର୍ଶାଇଥିଲେ । ତେବେ ଧର୍ମନିରପେକ୍ଷତା ଆଧାରରେ ଏକ ଆଇନକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି ଅଦାଲତ କହିଥିଲେ । ଫଳରେ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ୧୬୦୦୦ ଉଦ୍ଧ୍ୱର୍ ମଦ୍ରାସାରେ ପଢ଼ୁଥିôବା ୧୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ରାଜନୈତିକ ଦଳ ଗୁଡ଼ିକୁ ଚାନ୍ଦା ଦେବା ଲାଗି ପ୍ରଚଳିତ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ରଦ୍ଦ କରିଦେଇଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ରାୟ ସରକାରଙ୍କ ପାଇଁ ବଡ଼ଝଟକା ହୋଇଥିଲା । ଚାନ୍ଦା ସଂଗ୍ରହରେ ଇଲେକ୍ଟୋରାଲ ବଣ୍ଡର ପ୍ରଚଳନ ଅସାମ୍ବିଧାନିକ ବୋଲି ଅଦାଲତ କହିବା ସହ ଏହା ମାଧ୍ୟମରେ ଚାନ୍ଦା ଦେଇଥିବା ବ୍ୟକ୍ତି ଓ ଗ୍ରହଣ କରିଥିବା ଦଳଙ୍କ ନାଁ ଓ ଚାନ୍ଦା ପରିମାଣ ଜଣାଇବାକୁ ନିଦେ୍ର୍ଦଶ ଦେଇଥିଲେ । ୨୦୧୮ର ଏହି ଯୋଜନା ମତବ୍ୟକ୍ତ କରିବାର ସ୍ୱାଧୀନ ଅଧିକାର ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ କରୁଛି ବୋଲି ସାମ୍ବିଧାନିକ ପୀଠ କହିଥିଲେ । ରାଜନୈତିକ ଏସବିଆଇକୁ ମାର୍ଚ୍ଚ ୬ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ଅଦାଲତ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଛୋଟ ପିଲାମାନଙ୍କ ଉପରେ ନିର୍ମିତ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ଓ ସେଗୁଡ଼ିକୁ ପାଖରେ ରଖିବା ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନରେ ଅପରାଧ ବୋଲି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ତକ୍ରାଳୀନ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ । ଇଲେକ୍ଟ୍ରୋନିକ ଉପକରଣରେ ଶିଶୁ ପର୍ନୋଗ୍ରାଫି ଡାଉନଲୋଡ଼ କରିବା କିମ୍ବା ଦେଖିବା ପୋକ୍ସୋ ଏବଂ ସୂଚନା ପ୍ରଯୁକ୍ତି ଆଇନରେ ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟ ରାୟ ପ୍ରଦାନରେ ତ୍ରୁଟି କରିଥିବାରୁ ଏହାକୁ ଖାରଜ କରାଗଲା ବୋଲି ଖଣ୍ଡପୀଠ ଉଲ୍ଲେଖ କରିଥିଲେ । ପାର୍ଲାମେଣ୍ଟ ବା ବିଧାନସଭାରେ ଭୋଟ ଦେବା ପାଇଁ ପାଇଁ ଲାଞ୍ଚ ନେଉଥିବା ଏମପି ଏବଂ ବିଧାୟକମାନେ ମକଦ୍ଦମାରୁ ମୁକ୍ତ ନୁହନ୍ତି ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୪ରେ ଏକ ଐତିହାସିକ ରାୟ ଶୁଣାଇଥିଲେ । ସେମାନେ ମକଦ୍ଦମାରୁ ମୁକ୍ତି ପାଇବା ପାଇଁ ଦାବି କରିପାରିବେ ନାହିଁ ବୋଲି ୭ ଜଣିଆ ସାମ୍ବିଧାନିକ ପୀଠ କହିଥିଲେ । ୧୯୯୮ର ଜେଏମଏସ ଲାଞ୍ଚ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ବୃହତ୍ତର ସାମ୍ବିଧାନିକ ପୀଠ ଖାରଜ କରିଦେଇଥିଲେ । ଲାଞ୍ଚ ନେବା ଏକ ସ୍ୱତନ୍ତ୍ର ଅପରାଧ । ଗୃହରେ ନିର୍ଭୟରେ ବିତର୍କ ପାଇଁ ସମ୍ବିଧାନ ଏମପିଙ୍କୁ ଦେଇଥିବା ଅବ୍ୟାହିତ ମକଦ୍ଦମାରୁ ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ । ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ । ସେମାନଙ୍କୁ ପୃଥକ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ । ସୁପ୍ରିମକୋର୍ଟ ଅଗଷ୍ଟ ୧ରେ ଏହି ଐତିହାସିକ ରାୟ ଦେଇଥିଲେ । ତକ୍ରାଳୀନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସାତ ଜଣିଆ ସାମ୍ବିଧାନିକ ପୀଠର ଛଅ ବିଚାରପତି ଉପରୋକ୍ତ ରାୟ ଦେଇଥିବାବେଳେ ଜଷ୍ଟିସ ବେଲା ତ୍ରିବେଦୀ ଭିନ୍ନ ମତ ରଖିଥିଲେ । ଭାରତରେ ନରେନ୍ଦ୍ର ମୋଦୀଙ୍କ ସରକାର ନ୍ୟାୟ ପାଳିକାକୁ ସଶକ୍ତ ଓ ନିରପେକ୍ଷ କରିପାରିବା ସହ ସମସ୍ତଙ୍କ ବିଶ୍ୱାସ ଅତୁଟ ରଖିବାରେ ନ୍ୟାୟ ପାଳିକା ସମର୍ଥ ହୋଇଛି ।
କଟକ ,ଋ-ଜ୍ଞବସକ୍ଷ : ଗ୍ଦକ୍ଟଙ୍କକ୍ସବ୯୯୯ଜ୍ଞକ୍ଟଷବକ୍ଟ୍ରବଗ୍ଧକ୍ସବଅଶଜ୍ଞବସକ୍ଷ.ମକ୍ଟଜ୍ଞ