ବିଦ୍ୟାଳୟ ନିର୍ମାଣ ଟଙ୍କାକୁ ନେଇ ପ୍ରଶ୍ନବାଚୀ 

ାା ପ୍ରଭାନୁ୍ୟଜ୍ାା ନିଆଳି : କଣ୍ଟାପଡା ବ୍ଲକ୍ ପୋସ୍ତଳ ପଞ୍ଚାୟତ ସୁଦୁସାଇଲୋ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଗତକାଲି ବିଦ୍ୟାଳୟ ପରିସରରେ ଢଳେଇ ପଡିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଦ୍ୟାଳୟ ପରିସରରେ ହଠାତ୍ ବାଲି ଗୋଡି ପଡି କାମ ହୋଇଥିବା ଦେଖବାକୁ ମିଳିଥିଲା । ଏନେଇ ପୋସ୍ତଳ ପଞ୍ଚାୟତର ସରପଞ୍ଚଞ୍ଚ ପ୍ରାର୍ଥôନୀଙ୍କ ପ୍ରତିନିଧି ସୀତାକାନ୍ତ ପ୍ରଧାନ ଓ କିଛି ଗ୍ରାମବାସୀ କାମ ବିଷୟରେ ପଚାରିଥିଲେ । ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତିରେ କାର୍ଯ୍ୟ କରାଯାଉଥିବା ବେଳେ ଉପସ୍ଥିତ ମିସ୍ତ୍ରୀ କାମ ବିଷୟରେ କିଛି କହି ପାରିନଥିଲେ । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାର ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ । ଏଠାରେ ଗ୍ରାମବାସୀଙ୍କ କହିବା ଅନୁସାରେ ବିଭାଗୀୟ ଅଧିକାରୀ ଜାଣି ନଥିବା ବେଳେ ଅର୍ଥ କେଉଁଠୁ ଆସିଲା ଏବଂ ଢଳେଇ କିପରି ପଡିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ କାର୍ଯ୍ୟକୁ ବିରୋଧ କରିଥିଲେ । ଏନେଇ ପ୍ରଶାସନିକ ଅଧିକାରୀଙ୍କ ମତାମତ ନେଇଥିବା ବେଳେ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଅର୍ଥ ବ୍ୟୟବୃତ ହୋଇନଥିବା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ସରକାରୀ ଜାଗାରେ କିଏ ଓ କାହିଁକି ଢଳେଇ ପକାଇଲା ତାହା ନେଇ ସରପଙ୍କ ପ୍ରତିକ୍ରିୟା ପ୍ରକାଶ କରି ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ।