‘ବିଏମଏସ’ର ବାର୍ଷିକ ସମ୍ମିଳନୀ

 ପାରାଦୀପ : ଭାରତୀୟ ମଜଦୁର ସଂଘ(ବିଏମଏସ), ଜଗତସିଂହପୁର ଜିଲ୍ଲା ବାର୍ଷିକ ସମ୍ମିଳନୀ "ପାରାଦୀପ ପୋର୍ଟ କ୍ଲବ’ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମଏସ ରାଜ୍ୟ ସଭାପତି ବାଦଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ମଜଦୁର ସଙ୍ଘ ଏକ ସର୍ବ ବୃହତ ଏବଂ ସର୍ବଶ୍ରେଷ୍ଠ ଅଣରାଜନୈତିକ ଶ୍ରମିକ ସଂଗଠନ । ଏହି ସଂଗଠନ ଶ୍ରମିକ ମାନଙ୍କର ଅଧିକାର ସୁରକ୍ଷା ଉପରେ ସର୍ବଦା ପ୍ରଧାନ୍ୟ ଦେଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବିଏମଏସ ରାଜ୍ୟ ଉପସଭାପତି ବସନ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ପୋର୍ଟ ଆଣ୍ଡ ଡକ ମଜଦୁର ସଙ୍ଘ ରାଷ୍ଟ୍ରୀୟ ସଭାପତି ତଥା ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ଶ୍ରୀକାନ୍ତ ରାୟ, ରାକେଶ କୁମାର ପଟ୍ଟନାୟକ, ଯୋଗମାୟା ନନ୍ଦ ପ୍ରମୁଖ ଯୋଗଦେଇ ବନ୍ଦରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସମସ୍ୟା  ଉପରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଅବିନାଶ ଦାସ ଜିଲ୍ଲା ସଂଗଠନ ବିବରଣୀ ପାଠ କରିଥିଲେ ।