ବିଦ୍ୟାଳୟ ସମୂହ କ୍ରୀଡା ସଙ୍ଗଠନର ସାଧାରଣ ପରିଷଦ ବୈଠକ

 ଧର୍ମଶାଳା :  ଧର୍ମଶାଳା ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନର ସାଧାରଣ ପରିଷଦ ବୈଠକ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ  ମାନିକ ପ୍ରସାଦ ସଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନୋଡାଲ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ସାମଲ, ନୀଳସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷଭାନୁ ନାୟକ, ଗୋପାଳଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇ କ୍ରୀଡାର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସୁନୀତି ସେଠି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମଣ୍ଡଳ ସ୍ତରୀୟ ଖେଳକୁଦ ଗୁଡିକୁ ସୁଚାରୁରୂପେ ସମ୍ପାଦନ କରିବାସହ କୃତୀକ୍ରୀଡା ପ୍ରତିଭା ଚୟନ ପାଇଁ ଜେନାପୁର-କବାଟବନ୍ଧ, ଦୌଲତପୁର-ଆରୁହା, କାଏମା-କୋତପୁର ଏବଂ ନେଉଳପୁର-ମୁରାରୀପୁର ଇତ୍ୟାଦି ବିଦ୍ୟାଳୟ ଗୁଡ଼ିକୁ ନେଇ ୪ଗୋଟି ସବଜୋନ ପୁର୍ନଗଠନ କରାଯାଇଥିଲା ଏବଂ ମଣ୍ଡଳସ୍ତରୀୟ କ୍ରୀଡା କମିଟି ମଧ୍ୟ ଗଠନ କରାଯାଇଥିଲା । ମଣ୍ଡଳର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ/ଶିକ୍ଷୟିତ୍ରୀ ଓ ସାମୟିକ ଶାରୀରିକ ଶିକ୍ଷା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ବେହେରା, ବିରକିଶୋର ଧଳ, ଦିପାରାଣୀ ବିଶ୍ୱାଳ, ବିଶ୍ୱଭୂଷଣ ପାଣି, ଗୀତା ମହାନ୍ତି, ପୁର୍ଣଚନ୍ଦ୍ର ନାୟକ, ଅମର ମଣ୍ଡଳ, ମନୋଜ ସାମଲ,ନୀଳକଣ୍ଠେଶ୍ୱରୀ ସାହୁ, କମିଲିନ ମହାନ୍ତ, ପାର୍ବତୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକରେ ଜାରକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ, ମଣ୍ଡଳ କ୍ରୀଡା ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ, ଶ୍ରୀଧର ସ୍ୱାଇଁ ବେଦପାଠ, ଶ୍ୟାମସୁନ୍ଦର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।