ବିଷାକ୍ତ ଫଳ ଖାଇ ୯ ଆଦିବାସୀ ଶିଶୁ ଅସୁସ୍ଥ

ଧର୍ମଶାଳା: ବିଶାକ୍ତ ଫଳ ଖାଇ ଧର୍ମଶାଳା ଥାନା ଅରୁହା ହାଟପଡିଆ ନିକଟସ୍ଥ ମୁଣ୍ଡା ସାହିର ୯ଜଣ ଶିଶୁ ଅସୁସ୍ଥ ହୋଇ ଚିକିସôା ନିମନ୍ତେ କଟକ ଶିଶୁ ଭବନରେ ଚିକିସôିତ ହୋଇ ଫେରିଛନ୍ତି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଁଚି ବିଶାକ୍ତ ଫଳ ନଖାଇବାକୁ ପରାମର୍ଶ ଦେଇଛି । ଖବର ପରେ ଗତକାଲି ଅପରାହ୍ନରେ ମୁଣ୍ଡାସାହିର ପିଲାମାନେ ଘର ପାଖରେ ଖେଳୁଥିବା ବେଳେ ଗଛରେ ହୋଇଥିବା ଏକ ପ୍ରକାର ଫଳକୁ  ଖାଇ ଦେଇଥିଲେ । ଯାହା ଫଳରେ ସନ୍ଧ୍ୟାରେ ଜଣେ ପରେ ଜଣେ  ବାନ୍ତି କରି ଅସୁସ୍ଥ ହୋଇପଡିଥିଲେ । ପିଲାମାନଙ୍କ ସହ ମିଶି ଫଳ ଖାଇଥିବା  ରୀନା ସିଂ ନାମକ ମହିଳା ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଏହା ଦେଖି ପରିବାର ଲୋକେ ସେମାନଙ୍କୁ ଆଣି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ରୀନାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲିଖିତ ହୋଇଥିଲା । ଅନ୍ୟଛୋଟ ପିଲାମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରତର ଅବସ୍ଥାରେ କଟକ ଶିଶୁ ଭବନରେ ଶମ୍ଭୁ ସିଂ (୨), ବାନୁ ସିଂ (୨), ଦିପକ ସିଂ (୩), ପରି ସିଂ (୪), ଅନୁ ସିଂ (୧୦), ସୁଭାମ ସିଂ (୮), ଗଙ୍ଗା ସିଂ (୬), ବବଲୁ ସିଂ (୫), ମୁନା ସିଂ (୮) ଭର୍ତୀ ହୋଇଥିଲେ । ଚିକିସôା ପରେ ପିଲାମାନେ ବିପଦମୁକ୍ତ ଥିବାରୁ ସମସ୍ତେ ଘରକୁ ଫେରିଛନ୍ତି ।  ଗତକାଲି ରାତିରେ କଟକ ମେଡିକାଲକୁ ଧର୍ମଶାଳା ତହସିଲଦାର ଯାଇ ପିଲାମାନଙ୍କୁ ଚିକିତ୍ସା କରାଇବା ସହ ଭଲମନ୍ଦ ପଚାରି ବୁଝିଥିଲେ । ସେହିପରି ଖବର ପାଇ ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ ଆଜି ମୁଣ୍ଡାସାହିକୁ ଯାଇ ସମସ୍ତ ଘଟଣା ପଚାରି ବୁଝିଥିଲେ । ବାଡିରେ ହୋଇଥିବା ବିଷାକ୍ତ ଫଳକୁ ନଖାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାହିବାସିନ୍ଦାଙ୍କୁ ବାରଣ କରାଯାଇଛି ।