ରୋଗୀଙ୍କ ସମସ୍ୟା ବୁଝିଲେ ବିଧାୟକ ସନ୍ତୋଷ


 ନୀଳଗିରି: ଶପଥ ଗ୍ରହଣ ପୂର୍ବରୁ ଲୋକଙ୍କ ସମସ୍ୟା ସହିତ ଜଡିତ ହୋଇ ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦେଇଛନ୍ତି ନୀଳଗିରିର ନବନିର୍ବାଚିତ ବିଜେପି ବିଧାୟକ ସନ୍ତୋଷ କୁମାର ଖଟୁଆ । ସେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନରେ ଯାଇ ରୋଗୀଙ୍କ ସମସ୍ୟା ବୁଝିବା ସହିତ ହସ୍ପିଟାଲର ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ବିଭିନ୍ନ ପରୀକ୍ଷା ସ୍ୱାସ୍ଥ୍ୟ ପରୀକ୍ଷା ଉପକରଣର ଅଭାବ ଆଦି ବିଷୟରେ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସଜନାଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଏଲୋପାଥିକ ଡାକ୍ତର ନିୟମିତ ଆସୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଜଣେ ଆୟୁଷ ଡାକ୍ତର ନିଯୁକ୍ତ ଅଛନ୍ତି । ମାତ୍ର ତୁରନ୍ତ ରୋଗର ସମାଧାନ ପାଇଁ ଲୋକମାନେ ଏଲୋପାଥିକ ଚିକିତ୍ସା ଉପରେ ନିର୍ଭର କରୁଥିବାରୁ ଡାକ୍ତରଙ୍କ ଅନୁପସ୍ଥିତିରେ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଏଥିସହିତ ଲାଇଟ୍, ପାଣି ଆଦି ଛୋଟମୋଟ ସମସ୍ୟା ବିଷୟରେ ଅବଗତ ହେବା ପରେ ତୁରନ୍ତ ଜିଲ୍ଲାପାଳଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମାଧାନ କରିବାକୁ କହିଥିଲେ । ତେବେ ଶ୍ରୀ ଖଟୁଆ ବିଧାୟକ ଭାବେ ଶପଥ ନେବା ପୂର୍ବରୁ ଲୋକଙ୍କର ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେଇ ସମସ୍ୟା ସମାଧାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର