ବିଦୁ୍ୟତ୍ ସେବାରୁ ବଞ୍ଚôତ ପକାରୀ ପଞ୍ଚାୟତବାସୀ
ଫିରିଙ୍ଗିଆ/କନ୍ଧମାଳ: ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ । ବିଦୁ୍ୟତ୍ ଆଲୁଅ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ପାଇଁଁ ସପ୍ନ । ଡିବିରି ଆଲୁଅରେ ବିତୁଛି ଜୀବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ପଞ୍ଚାୟତରେ । ଏହି ପଞ୍ଚାୟତ ଅଧୀନରେ ରହିଛି ବେଲାଡ଼ଲି, ବିଜାମାରି ଓ କ୍ଲିଉ ଗାଁ । ଗାଁରେ ପ୍ରାୟ ୧୭ଟି ପରିବାର ଆବାହମାନ କାଳରୁ ରହି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁକୁ ବିଦୁ୍ୟତ୍ ସଂଯୋଗ ହୋଇ ପାରିନାହିଁ । ଗାଁକୁ ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସି ବିଦୁ୍ୟତ୍ ସଂଯୋଗୀକରଣ କରିବା ପାଇଁ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥାନ୍ତି । ଏବଂ ନିର୍ବାଚନ ସରିଲେ ସମସ୍ତେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି । ସତେ ଯେମିତି ଏହା ଏହି ଗ୍ରାମବାସୀମାନଙ୍କ ପାଇଁ ଚିରାଚରିତ ପ୍ରଥା ପାଲଟି ଯାଇଛି । ତେବେ ବିଦୁ୍ୟତ ସଂଯୋଗ କରିବା ପାଇଁ ଗ୍ରାମବାସୀ ବାରମ୍ବାର ବିଭିନ୍ନ ସରକାରୀ ଓ ବେସରକାରୀସ୍ତରରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ମଧ୍ୟ ବହୁବାର ଗୁହାରି କରିସାରିଛନ୍ତି । ତଥାପି ଗାଁରେ ହୋଇପାରୁନି ବିଦୁ୍ୟତ୍ ସଂଯୋଗ ହୋଇପାରୁନାହିଁ । ଏ ନେଇ ଗତ ରବିବାର ଗ୍ରାମବାସୀ ବିଜେପିର ପଞ୍ଚାୟତ ସଭାପତି ଦାୟିତ୍ୱରେ ଥିବା ବାବୁଲା କହଁରଙ୍କ ଅଧକ୍ଷତାରେ ଏକ ବୈଠକ ଆୟୋଜନ କରି ଚରମ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଏହି ଗାଁକୁ ବିଦୁ୍ୟତ ସଂଯୋଗ ନ ହଲେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ । ଅନ୍ୟପଟେ ଏହି ଗାଁର ବିଦୁ୍ୟତ ସମସ୍ୟା ବିଷୟରେ ଫିରିଙ୍ଗିଆ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କୁ ପଚାରିବାରୁ ଗାଁ ଗୁଡିକ ବଣପାହାଡ଼ ମଧ୍ୟରେ ଥିବାରୁ ଗାଁକୁ କମୁ୍ୟନିକେସନର ସୁବିଧା ହେଉପାରୁନାହିଁ । ଯେଉଁଥିପାଇଁ ଏହି ଗାଁ ଗୁଡିକରେ ବିଦୁ୍ୟତ୍ ସଂଯୋଗୀକରଣ ହୋଇପାରୁନାହିଁ । ଆଗାମୀ ଦିନରେ ଏହି ଗାଁ ଗୁଡିକରେ ସୋଲାର ସିଷ୍ଟମ ମାଧ୍ୟମରେ ବିଦୁ୍ୟତ୍ ସଂଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଗାଁ ଗୁଡିକ ଉପରେ କେବେ ପ୍ରଶାସନର ଦୃଷ୍ଟିଗୋଚର ହେବ ଏବଂ ଗ୍ରାମବାସୀ କେବେ ବିଦୁ୍ୟତ ଆଲୋକ ଦେଖିବେ ।