ନିଟ୍ ପରୀକ୍ଷାରେ ସାର୍ଥକଙ୍କ କୃତିତ୍ୱ

 ଗୋପ: ଚଳିତ ବର୍ଷ ନିଟ୍ ପସରୀକ୍ଷାରେ ୫୪୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୧୩୭୭୫ ର୍ୟାଙ୍କ ରଖି ପୁରୀ ଜିଲ୍ଲାର ଗୋପ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ସାର୍ଥକ ପଟ୍ଟନାୟକ ।  ଗୋପ ଅଞ୍ଚଳ ଜଣାଶୁଣା ବ୍ୟକ୍ତିତ୍ୱ ବିଭୂତି ଭୂଷଣ  ପଟ୍ଟନାୟକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ତରଙ୍ଗ ଲତା ପ୍ରଧାନଙ୍କର ସନ୍ତାନ ହେଉଛନ୍ତି ସାର୍ଥକ । ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲର ପୁରାତନ ଛାତ୍ର ଥିବାବେଳେ ଗୋପ ବ୍ଲକ ଟପର ହୋଇଥିଲେ । ଭବିଷ୍ୟତରେ ଜଣେ ଜଣେ ଭଲ ଡାକ୍ତର ହୋଇ  ଅଞ୍ଚଳବାସୀଙ୍କର  ସେବା କରିବେ ବୋଲି କହିଛନ୍ତି । ତାଙ୍କର ଏ କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି ।