ବିଧାୟକଙ୍କ ଶରଣରେ ପଛିକୋଟ ଠିକାଦାର
ାା ପ୍ରଭାନୁ୍ୟଜ ।ା ଯାଜପୁର, : ସରକାର ବଦଳିଯିବା ପରେ ଏବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକାଦାର ବିଧାୟକଙ୍କୁ ଭେଟିବାରେ ଲାଗିଛନ୍ତି । ବିଜେଡ଼ି ସରକାର ଅମଳରେ ହଜାର ହଜାର କୋଟି ଟଙ୍କାର ଠିକାଦାରୀ କରିଥିବା ଠିକାଦାର ନିର୍ବାଚନ ସମୟରେ ଶଙ୍ଖଦଳ ପାଇଁ ମନପ୍ରାଣ ଲଗାଇ ଦେଇଥିଲେ । ଲକ୍ଷଲକ୍ଷ ଟଙ୍କା ପାଣି ଭଳି ଭୋଟ ପାଇଁ ବାଣ୍ଟିଥିଲେ । ହେଲେ ଭାଗ୍ୟ ତାଙ୍କ ସାଥ୍ ଦେଲାନି । ବିଜେଡ଼ି ଗଡ଼ିଗଲା ଆଉ ବିଜେପି କ୍ଷମତାକୁ ଆସିଲା । ରାଜ୍ୟରେ ଏବେ ମୋହନ ସରକାର । ମୋହନ ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି କୋରେଇରୁ ଆକାଶ ଦାସନାୟକ । ଆକାଶ ଶାନ୍ତ ସ୍ୱଭାବର ସମସ୍ତଙ୍କୁ ଜଣା । ରାଜନୀତିର କୁଟିଳତା ଭିତରକୁ ପସନ୍ତିନି । ଏକଥାକୁ ଭଲଭାବେ ଜାଣିଥିବା କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ଅଞ୍ଚଳର ଜଣେ ଠିକାଦାର ଏବେ ତାଙ୍କ ଶରଣରେ ପସିଛନ୍ତି । କିଛିଦିନ ତଳେ ଖରାବେଳେ ବିଧାୟକଙ୍କ ବ୍ୟାସନଗର ବାସଭବନରେ ପହଞ୍ଚି କରିଥିଲେ ଭେଟଘାଟ । ସଂପୃକ୍ତ ଠିକାଦାର ଏବେ ଏକ୍ଲାସ ଠିକାଦାର ଭାବେ ଜଣାଶୁଣା । ବ୍ୟାସନଗର ପୌରାଞ୍ଚଳର ସର୍ବପରିଚିତ ଜଣେ ଠିକାଦାରଙ୍କ ଅଧିନରେ ରହି ତଦାରକ କାର୍ଯ୍ୟ ତୁଲାଉଥିଲେ । ବର୍ଷବର୍ଷ ଧରି ସଂପୃକ୍ତ ଠିକାଦାରଙ୍କ ପାଖରେ କାର୍ଯ୍ୟ କରିବା ପରେ ପେଟି ଠିକାଦାର ଭାବେ କାର୍ଯ୍ୟ ଆରମ୍ଭ କରି ଏବେ ଏକ୍ଲାସ ଠିକାଦାର ହୋଇପାରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉ କି ପୂର୍ତ୍ତ ବିଭାଗରେ ତାଙ୍କର କାଟତି ଯୋର । ଦୁଇ ବିଭାଗର ବାବୁଙ୍କ ଘରକୁ ତାଙ୍କ ଅବାଧ ପ୍ରବେଶ ରହିଛି । ନେଣ ଦେଣରେ ପାରଙ୍ଗମ ଠିକାଦାର ପ୍ରୀତିରଞ୍ଜନ ଘଡ଼ାଇ କୋରେଇ ବିଧାୟକ ଥିବା ସମୟରୁ ମୁଣ୍ଡ ଟେକିଥିଲେ । ଆକାଶ ଦାସନାୟକ ବିଜେଡ଼ିରୁ ବିଧାୟକ ହେବା ପରେ ତାଙ୍କ ଚାରିପାଖ ଘୁରିବୁଲୁଥିଲେ । ଆଉ ଅଶୋକ ବଳ ବିଧାୟକ ହେବା ପରେ ଶହଶହ କୋଟିର କାର୍ଯ୍ୟ ନେବାକୁ ସମର୍ଥ ହେଲେ । ବିଶେଷ କରି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ହେଉ କି ବଡ଼ ବଡ଼ ପ୍ରକଳ୍ପ ତାଙ୍କୁ ହିଁ ମିଳିଯାଉଥିଲା । ନେତାଙ୍କ ଠାରୁ ଅଫିସରଙ୍କୁ ଖୁସ କରିବାରେ ମାହିର ସଂପୃକ୍ତ ଠିକାଦାର ବିଜେପି ସରକାର ଆସିବା ଏବଂ ଆକାଶ ବିଧାୟକ ହେବା ପରେ ଚିନ୍ତାରେ ଡ଼ିଯାଇଥିଲେ । କୌଣସି ମତେ ନିଜକୁ ବିଧାୟକଙ୍କ ପାଖରେ ଆରଜେଷ୍ଟ କରିବାକୁ ମସେ ଧରି ପ୍ରାଣମୂର୍ଚ୍ଚା ଉଦ୍ୟମ କରିବା ପରେ ସଫଳ ହୋଇଥିଲେ । ନିଜର ଜଣେ ସହଯୋଗୀଙ୍କ ସହ ଖରାବେଳରେ ବିଧାୟକଙ୍କ ବାସଭବନରେ ପହଞ୍ଚି ଭେଟଘାଟ କରିବା ପରେ ଫେରିଥିଲେ । ଠିକାଦାରଙ୍କୁ ବିଧାୟକଙ୍କ ଠାରୁ କିଛି ପ୍ରତିଶ୍ରୁତି ମିଳିଛି କି ନାହିଁ ତାହା ଆକକୁ ଅଜଣା, କିନ୍ତୁ ବିଧାୟକଙ୍କ ବାସଭବନ ବାହାରେ ସଂପୃକ୍ତ ଠିକାଦାରଙ୍କୁ ନେଇ ଚର୍ଚା ଲାଗିରହିଛି । ସଂପୃକ୍ତ ଠିକାଦାରଙ୍କ ଉପରେ ବିଧାୟକଙ୍କ ଆଶୀର୍ବାଦ ରହିଲେ ତାହା ବିମେରାଂ ହୋଇପାରେ । କାରଣ ଯାହା ଆଲୋଚନା ହେଉଛି, ଠିକାଦାର ଯେଉଁ କାର୍ଯ୍ୟ କରନ୍ତି, ଅଧା ଅନୁଦାନ ପକେଟରେ ପୁରାନ୍ତି, ଆଉ ଯାହା ବଞ୍ଚେ ଉପରୁ ତଳ ଯାଏ ବାଣ୍ଠିବା ପରେ ଯାହା ବଳେ ସେଥିରେ କାର୍ଯ୍ୟ କରନ୍ତି । ଯେଉଁଥି ପାଇଁ ବିଧାୟକଙ୍କୁ ମୂଳରୁ ସମର୍ଥନ ଦେଇ ଆସୁଥିବା ବିଜେପି କର୍ମୀ ସଂପୃକ୍ତ ଠିକାଦାରଙ୍କ ଭେଟଘାଟକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ବିଧାୟକ ମହୋଦୟ ଏକଥା ବୁଝିବେ କି ନାହିଁ ତାହା ସମୟ ହିଁ କହିବ ।