ତାଲିମ ପାଇଁ ହାଇଦ୍ରାବାଦ ଗଲେ ୫ ଶିକ୍ଷକଶିକ୍ଷୟିତ୍ରୀ
ମାଲକାନଗିରି: ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ ଶିକ୍ଷକଶିକ୍ଷୟିତ୍ରୀ ବୃତ୍ତିଗତ ମାନର ଉନ୍ନତି ନିମନ୍ତେ ତାଲିମ ପାଇଁ ହାଇଦ୍ରାବାଦ ଗଲେ । ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିକ୍ଷା ପୁରସ୍କାର ପାଇଁ ଆମ ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଚଳିତ ବର୍ଷ ତେଲେଙ୍ଗାନା ରାଜ୍ୟର ଡାଃ. ମାରି ଚନ୍ନା ରେଡ଼ି ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନ, ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଥିବା ବୃତ୍ତିଗତମାନ ଉନ୍ନତି କର୍ମଶାଳାରେ ଯୋଗ ଦେବା ନିମନ୍ତେ ପାଞ୍ଚ ଜଣ ଶିକ୍ଷକଶିକ୍ଷୟିତ୍ରୀ ସେଠାରେ ପହଞ୍ଚôଛନ୍ତି । ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ବିଦ୍ୟାଳୟର ଭିତ୍ତିଭୂମି, ଶୈକ୍ଷିକ ମାନଦଣ୍ଡ, ଗୋଷ୍ଠୀ ସହଯୋଗୀତା ଆଧାରରେ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମାହାଳୀ, କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା, ଏମଭି-୩୧ ପିୟୁପିଏସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା, ପୁରୁଣା ଚିମିଟାପାଲି ପିୟୁପିଏସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟୁଟୁ ପଡିଆମି, କମାଲିଗୁଡା ପିଏସ ବିଦ୍ୟାଳୟର ଶିକ୍ଷକ ସାନୁ ମାଢ଼ି ପ୍ରମୁଖ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ଏହି ପାଞ୍ଚଟି ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇଥିଲା । ଏବଂ ପ୍ରତ୍ୟେକ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ୧୦ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ କିପରି ଆହୁରି ଅଧିକ ଭିତ୍ତିଭୂମି, ଗୋଷ୍ଠୀ ସହଯୋଗୀତା ଏବଂ ଶିକ୍ଷାର ମାନଦଣ୍ଡରେ ବୃଦ୍ଧି ହୋଇ ପାରିବ ସେ ନେଇ ତାଲିମ ପାଇଁ ଯାଇଛନ୍ତି ଏହି ପାଞ୍ଚ ଶିକ୍ଷକଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।