ପୌରପାଳିକା ବ୍ରାହ୍ମଣ ସମିିତିର ବାର୍ଷିକ ସମ୍ମିଳନୀ

 ବାଲେଶ୍ୱର,: ବାଲେଶ୍ୱର ପୌରପାଳିକା ବ୍ରାହ୍ମଣ ସମିତିର ଏକଦିବସୀୟ ବାର୍ଷିକ ସମ୍ମିଳନୀ ଶ୍ରୀହରି ହରକ୍ଷେତ୍ର ନିକଟରେ ଗୌରାଶୟ ଭବନରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଶ୍ରୀ ବିଶେଶ୍ୱର ଶିବମନ୍ଦିରରେ ପୂଜାର୍ଚ୍ଚନା କରିବା ସହ କାର୍ଯ୍ୟକ୍ରମର ସର୍ବ ସଫଳତା କାମନା କରିଥିଲେ । ପୌରପାଳିକା ବ୍ରାହ୍ମଣ ସମିତି ସଭାପତି ଡ. ଗୌରସାଧନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯିବା ସହ ପଣ୍ଡିତ ମଧୁସୂଦନ ପଣ୍ଡାଶର୍ମାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପଣ୍ଡିତ କମଳାକାନ୍ତ ତି୍ରପାଠୀଙ୍କ ଦ୍ୱାରା ମଙ୍ଗଳାଷ୍ଟକ ପାଠ କରାଯାଇଥିଲା । ପଣ୍ଡିତ ପ୍ରଦୀପ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପୌରପାଳିକା ସମ୍ପାଦକ ଅଧ୍ୟାପକଶାନ୍ତି ସ୍ୱରୂପ ମିଶ୍ର ବାର୍ଷିକ ବିବରଣୀ ସହିତ ପୌରପାଳିକାରେ ଗୃହୀତ ହୋଇଥିବା କର୍ମକର୍ତ୍ତା ଓ ଉପଦେଷ୍ଟାମଣ୍ଡଳୀଙ୍କ ନାମ ପାଠକରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓଡ଼ିଶା ବ୍ରାହ୍ମଣ ମହାସଂଘ ସଭାପତି ଡ. ସଦାନନ୍ଦ ଦୀକ୍ଷିତ୍ ବ୍ରାହ୍ମଣମାନେ ଜିଲ୍ଲା ଓ ରାଜ୍ୟସ୍ତରରେ ସାଂଗଠନିକ କାର୍ଯ୍ୟର ବିସ୍ତାର ପାଇଁ ଆଗଭରହେବାକୁ ଆହ୍ୱାନ ଜଣାଇଥିଲେ । ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତି ସଭପାତି ଡ. ଶ୍ରୀଶ କୁମାର ଦାଶ ସମାଜ କଲ୍ୟାଣ ଓ ଧାର୍ମିକ କାର୍ଯ୍ୟରେ ବ୍ରାହ୍ମଣମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ସମ୍ମାନନୀୟଅତିଥି ରାଜ୍ୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଜିଲ୍ଲା ସାଧାରଣ ସମ୍ପାଦକ ପଣ୍ଡିତ ଗୌରଚନ୍ଦ୍ର ଦାଶଙ୍କ ସହିତ ରାଜ୍ୟ ସଂଯୋଜକ ପଣ୍ଡିତ ଲୋକନାଥ ଧର, ପୂର୍ବତନ ଜିଲ୍ଲାସମ୍ପାଦକ ପଣ୍ଡିତ ଶକ୍ତିପଦ ପଣ୍ଡା ନିଜର ସାଙ୍ଗଠନିକ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆର୍ଥିକ ଅନଗ୍ରସର ବ୍ରାହ୍ମଣ ପରିବାରକୁ ସରକାରୀ ସହାୟତା ଓ ସରକାରୀ ନିଯୁକ୍ତି କିମ୍ବା ପଦୋନ୍ନତି ସମୟରେ ମେଧାକୁ ଗୁରୁତ୍ୱ ଦେବାକୁ କେନ୍ଦ୍ରଏବଂରାଜ୍ୟସରକାର ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ବକ୍ତାମାନେ ଅନୁରୋଧ କରିଥିଲେ । ପୌରପାଳିକା ସଭାପତି ଡ. ଗୌରସାଧନ ମିଶ୍ର ବହୁସଂଖ୍ୟାରେ ଉପସ୍ଥିତ ବ୍ରାହ୍ମଣଙ୍କୁ ପ୍ରଣାମ ପୂର୍ବକ ବ୍ରାହ୍ମଣଙ୍କ ଏକତା ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ପୌରପାଳିକା କର୍ମକର୍ତ୍ତା ସର୍ବଶ୍ରୀରମାକାନ୍ତ ଦୀକ୍ଷିତ୍, ବୀରକିଶୋର ପାଣିଗ୍ରାହୀ, ଗୌରାଙ୍ଗ ପାଣିଗ୍ରାହୀ, ପଣ୍ଡିତ ସର୍ବେଶ୍ୱର ପତି, ଅକ୍ଷୟ କୁମାର ତି୍ରପାଠୀ, କୃତିବାସ ପଣ୍ଡା, ଜଗବନ୍ଧୁ ଦାଶ, ସଂଜିତ୍ ଦାଶ, ଗୌରଜ୍ୟୋତିମିଶ୍ର, ଦୀପ୍ତିସ୍ୱରୂପ ମିଶ୍ର, ଅଶୋକକୁମାରତି୍ରପାଠୀ ଓ ବୀରେନ୍ଦ୍ରକୁମାର କର ପ୍ରମୁଖ ଉପସ୍ଥିତ ଥିଲେ ।