ଶ୍ରୀମନ୍ଦିରକୁ ମୋବାଇଲ ମନା

ଶ୍ରୀମନ୍ଦିରକୁ ମୋବାଇଲ ମନା

ପୁରୀ : ଶ୍ରୀମନ୍ଦିରକୁ ମୋବାଇଲ ମନା। ପୋଲିସ କର୍ମଚାରୀ କିମ୍ବା ସେବାୟତ କେହି ବି ଶ୍ରୀମନ୍ଦିରକୁ ନେଇ ପାରିବେନି ମୋବାଇଲ । ଆଜି ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ସୁରକ୍ଷା ସବ୍‌ କମିଟି ମୁଖ୍ୟ ଡ.ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ । ଆଗକୁ ୱାକିଟକିର ବ୍ୟବହାର କରାଯିବ । ଏହି ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।