କାଠ ଜବତ
ଅନୁଗୁଳ : ଅନୁଗୁଳ ରେଞ୍ଜ ପୁରୁଣାଗଡ ସେକ୍ସନର ଜଙ୍ଗଲ ବିଭାଗ ଅଧିକାରୀ ଏବଂ ବନ୍ତଳା ପୁଲିସର ମିଳିତ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ପୁରୁଣାଗଡ଼ ଗାଁ ଭିତରୁ ଚୋରାକାଠ ଜବତ କରିଛନ୍ତି । ଅଧିକାରୀ ମାନେ ଆଠଟି ଶାଗୁଆନ ପଟା (୧.୨୮୨ ସିଏଫ୍ଟି) ଏବଂ ୩୦ ଟି ଗମ୍ଭାରୀ ପଟା (୪.୫୫୪ସିଏଫ୍ଟି) ଜବତ କରିଥିଲେ । ଚୋରା କାଠ କାହାର ସେଥିନେଇ ଅଧିକ ଅନୁସନ୍ଧାନ ଜାରି ରହିଛି । ଚଢ଼ଉରେ ଋତୁପର୍ଣ୍ଣା ବିଶ୍ୱାଳ, ପ୍ରିୟତମା ସାହୁ, ଜୟସ୍ମିତା ସାହୁ, ବିଦ୍ୟାଧର ପ୍ରଧାନ, ପ୍ରଦୀପ କୁମାର ବେହେରା, ସିଦ୍ଧାନ୍ତ ଦାସ ପ୍ରମୁଖ ଜଙ୍ଗଲ ବିଭାଗ କର୍ମଚାରୀ ସାମିଲ ଥିଲେ ।