ବିପର୍ଯ୍ୟୟ ଅବସ୍ଥା ଦେଇ ଗତିକରୁଛି କୁସୁମା ପୁଷ୍କରିଣୀ 

 ଯାଜପୁର ସଦର : ଯାଜପୁର ସହରର ସୌନ୍ଦର୍ଯ୍ୟର ରାଣୀ ଭାବେ ବିବେଚିତ ହେଉଥିବା କୁସୁମା ପୁଷ୍କରିଣୀ ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତି କରୁଛି । ସରକାର ବଦଳିବା ପରେ ସାରା ରାଜ୍ୟରେ ଗୋଟେ ଅଲଗା ପରିଚୟ ସୃଷ୍ଟି କରିଥିବା କୁସୁମା ଦିଗହରା ହେଉଥିବା ବେଳେ ସମ୍ମୁଖ ରାସ୍ତା ଠାଏଠାଏ ଶୋଚନୀୟ ହୋଇପଡ଼ିଛି । ବିଜେଡିର ୨୪ବର୍ଷ ଶାସନ କାଳ ଗଲାପରେ କୁସୁମାକୁ ନେଇ ସାରା ରାଜ୍ୟ ତୁମ୍ଭି ତୋଫାନ ଚାଲିଥିଲା । କେତେ କିଏ କଣ କହିଲେ । କିନ୍ତୁ କୁସୁମା ଏବେ ସଙ୍କଟାପନ୍ନ ଅବସ୍ଥା ଦେଇ ଗତି କରୁଛି । କୁସୁମାକୁ କେହି ଖୋଜୁ ନାହାନ୍ତି । ସମସ୍ତଙ୍କ ପ୍ରିୟ ଥିବା କୁସୁମା ରାଣୀ ଏବେ ଅଲୋଡ଼ା ହୋଇଯାଇଛି । ନା ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉଛି ନା ଯାଜପୁର ପୈାରପାଳିକା ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉଛି । କହିବାକୁ ଗଲେ କୁସୁମାକୁ ଜିଲା ପ୍ରଶାସନ ଏବଂ ପୈାର କର୍ତୁପକ୍ଷ ନଜରଅନ୍ଦାଜ କରି ଚାଲିଛନ୍ତି । କୁସୁମୀ ଭିତର ଅବସ୍ଥା ବଡ ସଙ୍କଟରେ । ଭିତରେ ଟଙ୍କା ଦେଇ ବୁଲି ଯାଉଥିବା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି କଲବଲ କରୁଥିବା ବେଳେ କୁସୁମା ଭିତରେ କିନ୍ତୁ ପିଇବାକୁ ପାଣି ଟୋପେ ମିଳୁନି । ଗୋଟେ ଆକୁଆ ଗାର୍ଡ ମେସିନ ଅଛି ସତ କିନ୍ତୁ ତାହା ଅନୁପଯୋଗୀ ହୋଇପଡ଼ିଛି । କହିବାକୁ ଗଲେ ଆକୁଆଗାର୍ଡ଼ ଜରାଜୀର୍ଣ୍ଣ ଅବସ୍ଥା ପଡ଼ିଛି । ଏଠାରେ ଥିବା ବୋଟ୍ ଗୁଡ଼ିକ ସୁରକ୍ଷା ପାଇଁ ଯେମିତି କାହାରି ଚିନ୍ତା ନାହିଁ । ଯେଉଁ କାରଣରୁ ବୋଟ୍ ଗୁଡ଼ିକ ଫୁଟି ଗଲାଣି । କେତେ ବେଳେ କିଛି ବି ଘଟଣା ଘଟିପାରେ । କୁସୁମା ସମୁଖ ରୋଡ଼ କଥା ଜିଲା ପ୍ରଶାସନ ପକ୍ଷରୁ ଜମାରୁ ଦୃଷ୍ଟି ଆକର୍ଷଣ ହେଉନଥିବା ଜଣାପଡେ । ଜିଲା ପ୍ରଶାସନର ପ୍ରାୟେ ଅଧିକାରୀ କୁସୁମା ରୋଡ ଦେଇ ସବୁ ବେଳେ ଯିବା ଆସିବା କରୁଥିବା ବେଳେ ଏପରି ଅବ୍ୟବସ୍ଥା କିପରି ଦେଖିପାରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ବିଗତ କିଛି ଦିନ ଧରି କୁସୁମା ସମୁଖ ରାସ୍ତÿଟି ଅନ୍ଧାକାରମୟ ଦେଇ ଗତି କରୁଛି । କୁସୁମା ରାସ୍ତାÿଟି ଚଉଡ଼ା କରାଯାଇଥିବା ବେଳେ ମଝି ରାସ୍ତାରେ ଗୋଟିଏ ଡିଭାଇଜର ରହିଥିବା ହେତୁ ରାସ୍ତା ଅତିକ୍ରମ କରୁଥିବା ମଟର ସାଇକେଲ,କାର ଗୁଡ଼ିକ ଅନ୍ଧକାର ପାଇଁ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ପର୍ଯ୍ୟଟନଙ୍କ ମତରୁ ଜଣାଯାଏ କୁସୁମା ଭିତରେ ଥିବା ୯ଗୋଟି ଘର (କଟେଜ୍)କୁ ବ୍ୟବସାୟୀ କରଣ କରାଗଲେ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିବା ସହିତ ଜିଲା ରାଜକୋଷକୁ ବହୁ ମାତ୍ରାରେ ଅର୍ଥ ଆସିପାରନ୍ତା । ଯାଜପୁରବାସୀ ଓ ବୃଦ୍ଧିଜୀବୀ ମାନଙ୍କ ଅଭିଯୋଗ ଏପରି ଦୟନୀୟ ସ୍ଥିତିରେ ଥିବା କୁସୁମା ତତ୍ସହିତ କୁସୁମା ରାସ୍ତାÿଟି ଆଲୋକୀ କିରଣ କରିବା ସହିତ ରାସ୍ତା ମଝିରେ ମରଣଯନ୍ତା ପାଲଟିଥିବା ଡିଭାଇସରଟିକୁ ବନ୍ଦ କରିଦିଆଗଲେ ଦୁର୍ଘଟଣା ହ୍ରାସ ପାଇପାରନ୍ତା । ପୂର୍ବ ସରକାର ସମୟରେ ପର୍ଯ୍ୟଟକ କୁସୁମା ପ୍ରତି ଯେପରି ଆଗ୍ରହ ଓ ଆକର୍ଷିତ ଥିଲେ ତାହା ଏବେ ଧୀରେ ଧୀରେ କମିବାରେ ଲାଗିଛି । ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।