ମା’ବିରଜାଙ୍କ ବିଶ୍ୱଶାନ୍ତି ମହାଯଜ୍ଞ
ଦାନଗଦୀ: ଦାନଗଦୀ ବ୍ଲକ ଚକୁଆ ଗ୍ରାମରେ ମା’ବିରଜାଙ୍କର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ବ୍ରାହ୍ମଣୀ ନଦୀରୁ ଶୁଭ କଳସ ଯାତ୍ରା ବାହାରି ଯଜ୍ଞ ମଣ୍ଡପରେ ସ୍ଥାପନ ହୋଇଥିଲା । ଯଜ୍ଞରେ କର୍ତ୍ତା ଭାବେ ଧନଞ୍ଜୟ ଚକ୍ରବର୍ତୀ ଓ ତାଙ୍କ ପନôୀ ସୁଲତା ଚକ୍ରବର୍ତୀ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ । ସୂର୍ଯ୍ୟ ପୂଜା, ଗୋ ପୂଜା,ଷୋଡଶ ଉପଚାର ପୂଜା, ଗୀତା ପାଠ ଓ ଚଣ୍ଡୀପାଠ ହୋଇଥିଲା । ଶେଷରେ ମା ବିରଜା ବିଶ୍ୱଜ୍ୟୋତି ସେବା ସମିତିର ଭକ୍ତ ମାନଙ୍କ ସହ ଗ୍ରାମବାସୀ ମା’ବିରଜାଙ୍କର ପ୍ରାର୍ଥନା କରିଥିଲେ । ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ଯଜ୍ଞ ଉତ୍ସବରେ ପ୍ରଫୁଲ୍ଲ ସାହୁ, ପତିତପାବନ ଚକ୍ରବର୍ତୀ,ହୃଷିକେଶ ସାମଲ, ଜୟନ୍ତ ଗୁରୁ,ଅନନ୍ତ ପୃଷ୍ଟି, ଅଶୋକ ସାହୁ, କାଳନ୍ଦୀ ରାଉତ, ଯୁଧିଷ୍ଠିର ଭାଇ ପ୍ରମୁଖ ମା’ଙ୍କର ଭକ୍ତ ସାମିଲ ହୋଇଥିଲେ ।