ପେନସନ କର୍ମଚାରୀଙ୍କ ବୈଠକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପେନ୍ଶନ ଭୋଗି କର୍ମଚାରୀଙ୍କ ବୈଠକ ସଭାପତି ଡ. ଉପନେ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ମୁଖ୍ୟ ପରିଚାଳକ ସନ୍ତୋଷ ପଲେଇ ଅଭିଭାଷଣ ପ୍ରଦାନ କରିବା ସହିତ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତଥା ପେନ୍ସନ୍ ଭୋଗି କର୍ମଚାରୀଙ୍କ ସମସ୍ୟା ଓ ତାହାର ସମାଧାନ କରିବା ସମ୍ପର୍କରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, ଅଜୟ ସାମଲ ସମୁହ କର୍ମଚାରୀଙ୍କ ସମସ୍ୟା ଓ ତାହାର ବିହିତ ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ବରିଷ୍ଠ ପେନସନ ଭୋଗି, ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।