ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ  : ଫାଇନାଲରେ ନୃସିଂହ ନାଥ କ୍ଲବ 

 ରାଜକନିକା: ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ପକ୍ଷରୁ ଗୁରୁ ବ୍ରଦର୍ସ ଆୟୋଜିତ ୪୯ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଖେଳରେ ନୃସିଂହ ନାଥ କ୍ଲବ ଭାମଣ୍ଡା ମା' ଖରାଖାଇ କ୍ଲ୍ବ ଆଳିକୁ ୧ରନ୍ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ନୃସିଂହ ନାଥ କ୍ଲବ ଭାମଣ୍ଡା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୨୫ ରନ କରିଥିବାବେଳେ, ଖରାଖାଇ କ୍ଲବ୍ ଆଳି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୨୨୪ ରନ କରି ପରାଜୟ ବରଣ କରିଥିଲା । ଅନୁଷ୍ଠାନ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଖେଳରେ ମୁଖ୍ୟଅତିଥି ଶିକ୍ଷାବିତ ବସୁଦେବ ସ୍ୱାଇଁ ଓ ସମ୍ମାନିତଅତିଥି ବିଦ୍ୟାଧର ବେହେରା ଓ ପ୍ରଫୁଲ୍ଲ ରାଉତ, ପୁଲିସ ଏସ୍ଆଇ ରାହାସ ନାୟକ, ଉପଦେଷ୍ଟା ଅମୁଲ୍ୟ ପାଣି ଏବଂ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଖେଳକୁ ଉତ୍ସାହିତ କରିବା ସହିତ ଶତକ ହାସଲ କରିଥିବା ବିଜେତା ଦଳର ସୁଜିତ ଲେଙ୍କାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା ଓ ବିଶ୍ୱାମିତ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋକ ବେହେରା ଓ ବିପ୍ଳବ ବେହେରା ଖେଳ ପରିଚାଳନା କରିଥିବା ବେଳେ ଅଜିତ ଗୁରୁ, ପ୍ରଶାନ୍ତ ମହଲା, ପ୍ରେମଚାନ୍ଦ ରାଉତ, ଅମିତ ଗୁରୁ, ରଜତ ସ୍ୱାଇଁ, ପ୍ରୀତିରାଜ ବେହେରା, ପ୍ରୀତମ ସ୍ୱାଇଁ, ବିପ୍ଳବ ସ୍ୱାଇଁ, ରୁଦ୍ର ବେହେରା, ଅମିତ ବିଶ୍ୱାଳ, ମିକୁ ନାୟକ, ଉକେଶ ବେହେରା ଓ ପ୍ରିୟ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।