ବିବାହ ରୀତି: ଏକ ତୁଳନାତ୍ମକ ସମୀକ୍ଷା


ଡ. ସାରଦା ପ୍ରସାଦ କର : ୯୫୫ ହିନ୍ଦୁ ବିବାହ ଆଇନ ଅନୁସାରେ ଭାରତରେ ବହୁପନôୀ ଗ୍ରହଣ ଅସିଦ୍ଧ, ଯଦି ଜଣକର ସ୍ତ୍ରୀ ଅଛି  । ୧୯୫୬ରେ ଏହା ଗୋଆ ହିନ୍ଦୁଙ୍କୁ ଛାଡି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେଲା  । ଭାରତୀୟ ଲ' କମିଶନ, ଏକ ଦେଶ ଭିନ୍ନ ଭିନ୍ନ ନିୟମ ଆଧାରରେ ୟୁନିଫର୍ମ ସିଭିଲ କୋଡ଼ ଉପରେ ସରକାରଙ୍କୁ ୧୬ ସୂତ୍ରୀ ପ୍ରଶ୍ନ ପଚାରିଛନ୍ତି  । ଗୁଜୁରାଟରେ  ସହମତି ଭିତ୍ତିକ ବିବାହ ପ୍ରଚଳିତ  । ଚୁକ୍ତି ସରିଗଲେ ଅନ୍ୟଜଣକୁ ବିବାହ ଆମ ଦେଶରେ ବିବାହ ପରି ପବିତ୍ର ବନ୍ଧନ ପ୍ରତି କୁଠାରଘାତ ପରି  । ଆମ ଦେଶରେ ଆଇପିସିର ସେକ୍ସନ ୪୯୪ ଓ ୪୯୫ ଅନୁସାରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବହୁବିବାହ ନିଷିଦ୍ଧ ହୋଇସାରିଛି  । ୧୮୬୦ ମୁସଲିମ ପର୍ସନାଲ ଲ' ବୋର୍ଡ ଯୁକ୍ତି ଅନୁସାରେ ଚାରି ବିବାହ ସେମାନଙ୍କ ଧାର୍ମିକ ଅନୁପାଳନ, ଯାହା ଊଦ୍ଧ୍ୱର୍ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଅସମ୍ଭବ  । ଆଗାମୀ ଦିନରେ ‘ଏକ ଦେଶ ଏକ ଆଇନ’ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉକ୍ତ ପୁରାତନ ଆଇନରେ ପୂର୍ଣ୍ଣଚ୍ଛେଦ ପଡିବ  ।  
ରାଜା-ରାଜୁଡା, ଜମିଦାରୀ ଯୁଗରେ ଘୋଡାଶାଳର ପୋଇଲି ପୁଅ, ସୁପକାର ପୁଅ, ନର୍ତ୍ତକୀ ପୁଅ କିବା ରାଣୀଙ୍କ ସହଚରୀ ପୁଅ, ରାଜା କି ମନ୍ତ୍ରୀଙ୍କ ରକ୍ତର ହୋଇଥିଲେ ଆଶ୍ଚର୍ଯ୍ୟ ଲାଗିବନି । ମଲ୍ଲ କ୍ରୀଡା, ଅସୀ ଚାଳନା ଆଉ ଅଶ୍ୱ ଚାଳନାରେ ସମର୍ଥ ବୀରମାନଙ୍କ ମାଆ ମାନେ ଅନେକାଂଶରେ ରାଜାଙ୍କ ରକ୍ଷିତା  । ରାଜାଙ୍କ ବାଆଦ ଜମିଦାର, ମହାଜନ, ଗୁମାସ୍ତା ସେବକ କି କରଣିଆ ସେବକ ଏମାନେ ସମସ୍ତେ ରାଜସିକ ସୁଖର ଭାଗିଦାର, ଜୀବଦ୍ଦଶାର ଶେଷ ପର୍ଯ୍ୟନ୍ତ ଅନ୍ୟର ଅବଳା, ତିରିଲା ଭୂଆସୁଣୀ ଉପରେ ନଜର  । ରାଜା ଯଦି ଶହେଙ୍କ ଜନକ ହେଲେ ତାଙ୍କ ଗରିମା ଦେଶ ଡେଇଁ ବାହାର ଦେଶରେ ଚର୍ଚ୍ଚା ହେଲା । ପୁତ୍ରକାମୀ ମାନେ ଲିପ୍ତ ରହିଲେ ଜାଗ-ଯଜ୍ଞ ବଳିଭୋଜାରେ  । ବାଂଝ ହବା ଲଜ୍ୟାରେ ରାଣୀମାନେ ମଧ୍ୟ ଓଷା ବାର, ବିପ୍ର ସେବା କି ତାପସୀ ସେବାରେ ସମୟ କଟାଇଲେ  । ଅନେକ ସମୟରେ ଆତ୍ମଦାହକୁ ଆପଣେଇଲେ  । ମୁଖିଆ କି ଦଳପତି ଘରେ ସେଇ ପରମ୍ପରା, ନାରୀ ନିର୍ଯାତିତା  ।
 ମାରୱାର ରାଜବଂଶ ମିୱାର ରାଜ୍ୟର ପ୍ରତିଷ୍ଠାତା କାଳଭୋଜଙ୍କ ଉତ୍ତରାଧିକାରୀ ରାଜା ଉଦୟ ସିଂହଙ୍କ ୨୭ ରାଣୀ  । ଅଷ୍ଟମ ଶତାବ୍ଦୀର ଗୁହିଲା ବଂଶୀୟ ଯୁବରାଜ ତଥା ମିୱାର ରାଜ୍ୟ ଶାସନଭାର ନେଇଥିବା ରାୱଲ ବପ୍ପାଙ୍କ ୧୪୦ ଜଣ ରାଣୀ ଥିଲେ । ଆରବମାନଙ୍କୁ ତଡିବାରେ ପ୍ରମୁଖ ଯୋଦ୍ଧା ରାୱଲ ବପ୍ପା ଅନେକ ସୁନ୍ଦରୀ ଯୁବତୀ ସମର୍ପିତ ଭେଟି ଭାବରେ ପାଇଥିଲେ  । ସେ କାଳରେ କରଦ ରାଜା ଆଉ ଜମିଦାରମାନେ ଚକ୍ରବର୍ତ୍ତୀ ରାଜାଙ୍କୁ ନିୟମିତ ଉପହାର ଭାବରେ ଅପରୂପାମାନଙ୍କୁ ଭେଟି ଦେଇ ନିଜ ଆସନ ସୁରକ୍ଷିତ ରଖୁଥିଲେ  । କେତେକ ବିବାହିତ ଜୀବନରେ ଅନ୍ତଃପୁର ରାଣୀ ମାନ୍ୟତା ପାଉଥିଲେ ତ ଅନ୍ୟମାନେ ରକ୍ଷିତା  (କନକ୍ୟୁବାଇନ) ଭାବରେ ଏକ ନିଷ୍ପେସିତ ନ୍ୟାୟକୁ ଗ୍ରହଣ କରୁଥିଲେ  । ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ଉଆସ ମଣ୍ଡନ କରୁଥିଲେ ଅଷ୍ଟରାଣୀ ହେଲେ ତାଙ୍କ ପାରିବାରିକ ଜୀବନରେ ଝଡ ବହିଲା ପରବର୍ତ୍ତୀ ସିଂହାସନ ଆରୋହଣ ବିବାଦକୁ ନେଇ  । 
ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ ବହୁ ସନ୍ତାନ ପ୍ରାପ୍ତି ଆଶାରେ ଧର୍ମପନôୀମାନଙ୍କ ଉପରେ ନିର୍ଯାତନାର କଳଙ୍କିତ ଅଧ୍ୟାୟ ଦୃଷ୍ଟିକୁ ଆସେ  । ଇଂଲଣ୍ଡର ଯୁବରାଜ ହେନେରୀ-୮ ତାଙ୍କ ପ୍ରଥମ ପନôୀ କାଥେରିନ ଅଫ ଆରଗନଙ୍କ ଔରସରୁ ମାତ୍ର ଗୋଟିଏ କନ୍ୟା ସନ୍ତାନରେ ଖୁସି ନହୋଇପାରି ପରେ ଅନ୍ୟ ପାଞ୍ଚ ଜଣ ରାଣୀ ଗ୍ରହଣ କରିଥିଲେ  । ଏହି କାରଣରୁ ପରବର୍ତ୍ତୀ ସମୟରେ ଚର୍ଚ୍ଚ ଅଫ ଇଂଲଣ୍ଡ ଓ କାଥୋଲିକ ଚର୍ଚ୍ଚର ବିଭାଜନ ହୋଇଗଲା  । ସମସ୍ତ ରାଣୀଙ୍କୁ ମିଶାଇ ମାତ୍ର ୩ଟି ସନ୍ତାନ ପାଇଁ ରାଜା ନିଜର ଦୁର୍ବଳତାକୁ କମ ଓ ରାଣୀଙ୍କ ଦୁର୍ବଳତାକୁ ବେଶି ଦାୟୀ କରିଥିଲେ  । ପରେ ଆନି ବୋଲିନ ଓ କାଥେରାଇନ ହୋୱାର୍ଡଙ୍କୁ ପରକୀୟା ସନେ୍ଦହରେ ମୁଣ୍ଡ କାଟି ଦେଇଥିଲେ  । ଦୁଇଜଣ ରାଣୀଙ୍କୁ ଛାଡପତ୍ର ଦେଇଥିଲେ, ଜଣେ ଅକାଳ ମୃତୁ୍ୟରେ ଚାଲିଯାଇଥିଲେ  ।
ଖ୍ରୀଷ୍ଟ ଧର୍ମରେ ରୋମାନ କାଥୋଲିକ ଚର୍ଚ୍ଚ ବହୁ ବିବାହକୁ ନିନ୍ଦା କରୁଥିବା ବେଳେ ଲୁଥେରାନ ଚର୍ଚ୍ଚ କିଛି ବହୁ ବିବାହିତଙ୍କ ସମର୍ଥନରେ ଯୋଡି ହୋଇଛି  । ଆଙ୍ଗଲିକାନ ସମ୍ପ୍ରଦାୟ କିନ୍ତୁ କ୍ଷେତ୍ର ଓ ପରିସ୍ଥିତି ଅନୁସାରେ ବହୁବିବାହ ସ୍ୱୀକୃତି ଦେବାରେ ଅସୁବିଧା ନାହିଁ ବୋଲି ୧୯୮୮ରୁ କହି ସାରିଛି  । ଆମେରିକାର ଚର୍ଚ୍ଚ ଅଫ ଜେସସ ଖ୍ରୀଷ୍ଟ ପରବର୍ତ୍ତୀ ସମୟର ସେଣ୍ଟସ ଚର୍ଚ୍ଚ ୧୮୪୦ -୧୮୮୦ ପର୍ଯ୍ୟନ୍ତ ଚାଲିଥିବା ବହୁ ବିବାହ ପରମ୍ପରାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଛୋଟ ଛୋଟ ଧାର୍ମିକ ଶ୍ରେଣୀ ବହୁବିବାହକୁ ଗ୍ରହଣ କରୁଛନ୍ତି  । ଆମେରିକାର ୫୦ଟି ଯାକ ରାଜ୍ୟରେ ବହୁ ବିବାହ ନିଷେଦ୍ଧ ଥିଲେ ମଧ୍ୟ ଆମେରିକୀୟ ସିନେଟ ୨୦୨୦ ଫେବୃଆରୀରୁ ଦଣ୍ଡ ବ୍ୟବସ୍ଥାରେ କୋହଳ କରିଛି  । ସୁଇଡେନ, ସୁଇଜରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଦେଶରେ ବହୁ ବିବାହକୁ ନିଷେଦ୍ଧ ହୋଇଥିଲେ ମଧ୍ୟ ଯଦି ବିବାହ ବିଦେଶରେ ହୋଇଥାଏ ତେବେ ଦେଶରେ ଗ୍ରହଣୀୟ ହବାରେ ଆପତ୍ତି ନଥିବା ଉଲ୍ଲେଖ କରିଛନ୍ତି  ।   ଆଫ୍ରିକୀୟ ସମାଜରେ ବିଧବା ଗ୍ରହଣ ସହ ତା'ର ସମସ୍ତ ସ୍ଥାବର-ଆସ୍ଥାବର ସମ୍ପତ୍ତି ଉପରେ ଅଧିକାର ମିଳିଯାଉଥିବାରୁ ସେଠାରେ ପରିବାରରେ ବହୁପନôୀ ଆପଣେଇବା ସୌଭାଗ୍ୟର ବିଷୟ ମନେକରାଯାଏ । ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇରିଟ୍ରିଆ, ମରୋକ୍କ, ମାଲେସିଆ, ଇରାନ ଓ ଲିବିୟା ଆଦି ଦେଶରେ ପ୍ରଥମ ପନôୀଙ୍କ ଲିଖିତ ଅନୁମୋଦନ କ୍ରମେ ପରବର୍ତ୍ତୀ ପନôୀ ଗ୍ରହଣୀୟ  । ହେଲେ ଅନୁମୋଦନ ପାଇଁ ଚାପ କି ବାଧ୍ୟବାଧକତା ଥିବା କଥାଟି ଅନେକ କ୍ଷେତ୍ରରେ ସାମନାକୁ ଆସିଛି  । ଇସ୍ରାଏଲ, ଚେଚେନ୍ୟା ଏବଂ ବର୍ମାରେ ବହୁପନôୀ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ଘୋଷଣା ସତ୍ତ୍ୱେ୍ୱ ଆଇନର ସ୍ଥାଣୁତା କାରଣରୁ ବହୁପନôୀ ବିବାହ ଅନେକାଂଶରେ ଦେଖାଯାଇଥାଏ  । ମାସିଡୋନୀୟ ରାଜା ଫିଲିପ୍ସ-୨ଙ୍କ ବାହୁବଳୀ ପୁତ୍ର ସମ୍ରାଟ ଆଲେକଜାଣ୍ଡର ଦି ଗ୍ରେଟ ବେବିଲୋନିଆ ଠାରେ ଜୁନ ୧୩ ଖ୍ରୀଷ୍ଟାବ୍ଦ ୩୨୩ରେ ମାତ୍ର ୩୨ ବର୍ଷ ବୟସରେ ପ୍ରାଣ ହରାଇବା ବେଳକୁ ରୋକ୍ସାନୀ, ଷ୍ଟାଟେଇରା ଓ ପେରିସାଟିସ ନାମରେ ତିନିଜଣ ପନôୀ ଗ୍ରହଣ କରିସାରିଥିଲେ  । ଷ୍ଟାଟେଇରା ରୋକ୍ସାନୀଙ୍କୁ ମାରିଦେଇଥିବାର ତଥ୍ୟ ମଧ୍ୟ ଏକ ପାରିବାରିକ ବିବାଦକୁ ସୂଚିତ କରେ  । ଗ୍ରୀକ ଐତିହାସିକ ଡ଼ାଇଓଡ଼ରସ ସିକେଲିଏଟସ ନିଜର ଲିପିବଦ୍ଧ ତଥ୍ୟରେ ଆଲେକଜାଣ୍ଡାର ମଧ୍ୟ ୩୬୫ରୁ ଊଦ୍ଧ୍ୱର୍ ମହିଳାଙ୍କୁ ନିଜ କାମନା ପାଇଁ ଉପଯୋଗ କରିଥିବା କହିଛନ୍ତି  । ରାଜା ପୁରୁଙ୍କ ସହ ଯୁଦ୍ଧରେ ବିଜୟୀ ହେବାପରେ ବହୁ ସୁନ୍ଦରୀ ଲଳନାଙ୍କୁ ରକ୍ଷିତା ଭାବେ ଗ୍ରହଣ କରିଥିଲେ  ।
ସମୁଦାୟ ୨୦୦ ସାର୍ବଭୌମ ଦେଶମାନଙ୍କ ମଧ୍ୟରୁ ଅନୁ୍ୟନ ୫୮ଟି ଦେଶରେ ବହୁପନôୀ ପରମ୍ପରା ପ୍ରଚଳିତ  । ପୋଲିଆଣ୍ଡ୍ରି ବା ବହୁପତି ପରମ୍ପରା ମଧ୍ୟ କିଛି ଦେଶରେ ପ୍ରଚଳିତ  । କିନ୍ତୁ ପୋଲିଜିନି ବା ବହୁପନôୀ ପ୍ରଚଳିତ ଧାରା ମଣିଷ ଶରୀର ଉପରେ ନକାରାତ୍ମକ ପ୍ରଭାବ ପାଇଁ ଯଥେଷ୍ଟ  । କାନାଡ଼ାରେ ଏକାଧିକ ପନôୀଙ୍କ ସହ ଦୈହିକ ସମ୍ପର୍କକୁ କ୍ରିମିନାଲ କୋର୍ଡ ସେକ୍ସନ ୨୯୩ ଅନୁସାରେ ବିରୋଧ କରାଯାଇଛି  । ସେହିଭଳି ଦୁଇ ବିବାହକୁ ସେକ୍ସନ ୨୯୦ ଅନୁସାରେ ନିଷେଧ କରାଯାଇଛି  । ବୌଦ୍ଧଧର୍ମ ଯେହେତୁ ବିବାହ ଭଳି ପବିତ୍ର କର୍ମକୁ ଧାର୍ମିକ ଦୃଷ୍ଟିକୋଣରୁ ବିଚାର କରେନାହିଁ  । ସେଥିଲାଗି ଦେଶ ଦେଶ ମଧ୍ୟରେ ଏହାର ବୈବାହିକ ପରମ୍ପରା ଭିନ୍ନ  । ଥାଇଲାଣ୍ଡ ୧୯୫୫ ମସିହାରୁ ବହୁବିବାହକୁ ଆଇନ ସମ୍ମତ ଗ୍ରହଣ କରିଛି  । ତେବେ ସେହି ଏକା ବୌଦ୍ଧ ବିଚାରରେ ମିଆଁମାର ୨୦୧୫ ମସିହାରୁ ବହୁପନôୀ ବିବାହକୁ ଅସିଦ୍ଧ କରିସାରିଛି  ।
ବହୁପନôୀ ବିବାହରେ ସେନେଗାଲ ଓ ଆରବର ଅଂଶ ଯଥାକ୍ରମେ ୪୭ ଓ ୫୦ ପ୍ରତିଶତ । ଆରବରେ ଅନେକ ଧନୀ ବ୍ୟକ୍ତିଙ୍କ ଘରେ ଯୁବା ବିଧବା  । ଇସ୍ରାଏଲର ବିଡୋନ ଜନଜାତିରେ ୩୦ ପ୍ରତିଶତ ଏହି ବହୁପନôୀ ପରମ୍ପରାରେ ଜଡିତ  । ଏମାନଙ୍କର ଆର୍ଥିକ ପାରିବାରିକ ସ୍ଥିତି ଅତ୍ୟନ୍ତ ଦୁର୍ବିସହ  । ନାଇଜେରିଆର ନାଗୱା ଇଗବୋ ଜାତି ଉପରେ ଏକ ଅଧ୍ୟୟନରୁ ଜଣାପଡିଛି ବହୁପନôୀ ଗ୍ରହଣର ୫ଗୋଟି ବିଶେଷ କାରଣ : ୧) ସାମାଜିକ ପ୍ରତିଷ୍ଠା; ୨) ପୁରୁଷ ପଣିଆ ଦେଖେଇହବା; ୩) ନିଜର ଦୈନନ୍ଦିନ କାର୍ଯ୍ୟ ନାରୀ ହାତରେ କରାଇବା; ୪) ବହୁ ସନ୍ତାନର ଜନକ ଭାବରେ ସମାଜ ଉପରେ ହୁକୁମତ ଚଲେଇବା ଏବଂ ୫) ଚାଷ, ଶିକାର କି ବାଣିଜ୍ୟରେ ପିଲାମାନଙ୍କୁ ନିୟୋଜିତ କରିଦେବା  । କୁପ୍ରଭାବ ସ୍ୱରୂପ ବହୁ ନାରୀଙ୍କର ଅକାଳ ମୃତୁ୍ୟ ସହ ଅଳ୍ପ ବୟସରୁ ଦୁଃସାଧ୍ୟ ରୋଗରେ ପଡିବା ଦେଖାଯାଏ  । ଆରବରେ ମଧ୍ୟ ପରିବାରର ବୟୋଜ୍ୟେଷ୍ଠା ମହିଳା ବହୁ ସନ୍ତାନ ପ୍ରସବ କାରଣରୁ ଶାରୀରିକ (ଫିଜିକାଲ) ଏବଂ ମାନସିକ (ସାଇକିଆଟ୍ରି) ରୋଗରେ ପୀଡିତା ହୋଇଥିବାର ଦେଖାଯାଏ ।
          ପୁରୁଣା ଭୁବନେଶ୍ୱର-୨