ଯେତିକି ଅର୍ଜିବ ସେତିକି ଭୁଞ୍ଜିବ
ଆମ ସଂସ୍କୃତିରେ ରହିଥିବା ବିଭିନ୍ନ ରୂଢି ତଥା ସଦୁପଦେଶ ଗୁଡିକ ବୈଜ୍ଞାନିକ ଓ ଦାର୍ଶନିକ ତତ୍ତ୍ୱରେ ଭରପୁର ଯାହା ସାର୍ବଜନୀନ କ୍ଷେତ୍ରରେ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଉପଯୋଗୀ ହୋଇଥାଏ । ସମ୍ପୃକ୍ତ ବାକ୍ୟଟିକୁ ବିଶ୍ଳେଷଣ କରି ଦେଖିବା, ଦାର୍ଶନିକ ଏଠାରେ କ’ଣ କହିଛନ୍ତି, ଯେ ଯେତିକି ଅର୍ଜିବ ସେତିକି ଭୁଞ୍ଜିବର ପ୍ରକୃତ ଅର୍ଥ କ’ଣ ?! ସାଧାରଣରେ ଅର୍ଜିବା ଅର୍ଥକୁ ନେଇ ଜଣେ ନିର୍ବୋଧ ବୁଝିବାକୁ ଲାଗିବ ଯେ ନିଜର ଆର୍ଥିକ ରୋଜଗାର କ୍ଷମତାର ପରିମାପକ ହୁଏ କି ନିଜର ଅର୍ଜନ କେତେ ପୁଣି ସେହି ଅର୍ଜିତ ଧନ ରାଶିର ମୁଲ୍ୟାୟନକୁ ନେଇ ନିଜର ଖାଦ୍ୟପେୟ ନିର୍ଭର କରିଥାଏ । ଏହି ମର୍ମର ସାମାଜିକ ଜ୍ଞାନ ତାହା ହୋଇଥିଲେ ମଧ୍ୟ ବାସ୍ତବ ଅର୍ଥରେ ଉକ୍ତିଟି ଭିନ୍ନ ପରିସର ମଧ୍ୟରେ ପରି·ଳିତ ଯାହା ସାଧାରଣ ଲୋକଙ୍କୁ ସଠିକ୍ ଭାବେ ହୃଦବୋଧ ହେବା ସହଜ ନୁହେଁ । ମଣିଷ ଯେତେବେଳେ ବାଲ୍ୟ ସମୟରୁ ଅନେକ ସୋପାନ ଦେଇ ଗତିକରି କୌଣସି ଗୋଟିଏ ସମୟରେ ଧନ ଅର୍ଜନର କରାଳତା ମଧ୍ୟରେ ପ୍ରବେଶ କରିଥାଏ ସେତେବେଳେ ତାହାର ମାନସିକ ଭାବାବେଗ ତଥା ହିତାହିତ ଜ୍ଞାନରେ କ୍ରମ ଉନ୍ନତି ଜନିତ ଏକ ବିଡ଼ମ୍ବିତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ଯେ ଧନ ସମ୍ପତ୍ତି କ’ଣ ? ଯେତେବେଳେ ସେ ବୁଝିବାକୁ ଲାଗେ ଯେ ଧନ ସମ୍ପତ୍ତି ମଣିଷର ଏକ ଅମୋଘ ସାମାଜିକ ଅସ୍ତ୍ର ଯାହା ସାହାଯ୍ୟରେ ସେ ତ୍ରିପୁର ବିଜୟ କରିବାର ସମ୍ଭାବନା ରହିଛି, ଯାହା ଏକ ମନୁଷ୍ୟକୃତ ସାମାଜିକ ପ୍ରହେଳିକା ମାତ୍ର । ଆଜି ସମୟରେ ପ୍ରାୟତଃ ଶତପ୍ରତିଶତ ମଣିଷଙ୍କ ଏହି ବି·ରଭାବ ରହିଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ତେଣୁ ଠିକଣା ସମୟରେ ବ୍ୟାପକ ଧନ ସମ୍ପତ୍ତି ଅର୍ଜନ କରିବା ତଥା ତାହାର ସଂରକ୍ଷଣ କରି ଭବିଷ୍ୟତ ପାଇଁ ସୁଖ, ଶାନ୍ତି ଏକତ୍ର କରିବା ଲକ୍ଷ ରଖିଥିବା ମଣିଷଙ୍କ ସଂଖ୍ୟା ୧୦୦ । ଦେଖାଯାଏ ଯେ ଜଣେ ମଣିଷର କ୍ଷମତା ଏବଂ ସାମାଜିକ ମାନ୍ୟତାକୁ ନେଇ ତା’ର ରୋଜଗାର ଓ ଖର୍ଚ୍ଚ ତଥା ଅନ୍ୟାନ୍ୟ ଚଳଣି ନିର୍ଭର କରିଥଏ ସମାଜରେ ଯାହା ସମସ୍ତଙ୍କର ଅନୁଭୂତି ରହିଛି ନିଶ୍ଚୟ ।
ଏଠାରେ ଦାର୍ଶନିକ ଯେତିକି ଅର୍ଜିବ ଶବ୍ଦକୁ ବ୍ୟବହାର କରି କହିଛନ୍ତି ଯେ ସମାଜରୁ ଜଣେ ମଣିଷ ଯେତିକି ଆହରଣ କରିପାରିବ ଅର୍ଥାତ ନିଜ ଚତୁର୍ପାଶ୍ୱର୍ରେ ରହିଥିବା ବିଭିନ୍ନ ବିଷୟରେ ଯେତିକି ଜ୍ଞାନ ଆହରଣ କରିପାରିବ ସେତିକି ଭୁଞ୍ଜିବ ଅର୍ଥ ସେହି ଜ୍ଞାନକୁ ନେଇ ନିଜର ଜୀବନ ଶୈଳୀରେ ସଂଯୋଜିତ କରି ସୁଖ କିମ୍ବା ଦୁଃଖ ଅନୁଭବ କରିବ । ସମାଜରେ ପ୍ରଚଳିତ ପ୍ରଥା ତଥା ବିଭିନ୍ନ ସାମାଜିକ ନିୟମ, ମାନବିକ ବିକାଶଧାରାର କର୍ତ୍ତବ୍ୟନିଷ୍ଠତା, ସମସ୍ତଙ୍କ ପ୍ରତି ପ୍ରଦର୍ଶିତ ଆଚରଣ ଇତ୍ୟାଦି ସହିତ ଅନ୍ୟକୁ ତଥା ବିଭିନ୍ନ ସାମାଜିକ ଚେତନା ଜ୍ଞାନକୁ ଆହରଣ କରି ନିଜ ବଂଚିବା ଶୈଳିକୁ ସୁସଜ୍ଜିତ କରିପାରିବା ମଣିଷର ଗ୍ରହଣୀୟତାର ପରିସର ଆଧାରକୁ ନେଇ ତାର ଜୀବନ ଶୈଳି ବୋଲି କୁହାଯାଇ ଅଛି । ଆମକୁ ପ୍ରତି ମୁହୂର୍ତ୍ତରେ ପାରିପାଶ୍ୱର୍ିକ ପରିସ୍ଥିତି ଗୁଡିକୁ ନେଇ ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରି ହାତେ ମାପି ·ଖଣ୍ଡେ ·ଲୁଥିଲେ ଜୀବନ ଆମର ସରଳ ସୁନ୍ଦର ହେବ । ସମାଜ ରୂପକ ରଙ୍ଗମଞ୍ଚରେ ନିତ୍ୟ ଜୀବନର ସବୁ ସମୟରେ ଅଭିନୟରତ ପ୍ରତ୍ୟେକ ଜନନାୟକଙ୍କୁ ଉପଯୁକ୍ତ ସମୀକ୍ଷା କରି ବାଟ ·ଲିବା ଶିକ୍ଷା କରିପାରିଲେ ଜୀବନ ସରଳ ସୁଗମ ହେବ । କେବଳ ଟଙ୍କା ଜୀବନର ସବୁକିଛି ହୋଇପାରିବ ନାହିଁ ଯାହା ଜ୍ଞାନରେ ପ୍ରାପ୍ତି ହୋଇଥାଏ । ସେହି ଅଭିନୟ ଗୁଡିକୁ ଉପଯୁକ୍ତ ସମୀକ୍ଷା ପୂର୍ବକ ସେଗୁଡିକର ସତ୍ୟାସତ୍ୟ ଗ୍ରହଣ କରିବା ଏବଂ ନିଜକୁ ସୁବାଟରେ ପରି·ଳିତ କରିବା ଶିକ୍ଷା କରିପାରିଲେ ଜୀବନ ସରସମୟ ହେବ । ନତୁବା କେତେ କୋଟି ଟଙ୍କା ଉପାର୍ଜନ କଲେ ମଧ୍ୟ ଯଦି ଉପଯୁକ୍ତ ସାମାଜିକ ଜ୍ଞାନ ଅର୍ଜନ କରିବାରେ ଅସମର୍ଥ ମଣିଷ କେବେହେଲେ ଜୀବନର ସମ୍ପୂର୍ଣ୍ଣ ସୁଖ ଅନୁଭବ କରିପାରିବ ନାହିଁ ।
ପଙ୍କଜ କୁମାର ପାଣିଗ୍ରାହୀ ମୋ: ୯୪୩୭୩୨୪୯୧୭