ଘନ ଘନ ବିଦୁ୍ୟତ କାଟ୍
ଆନନ୍ଦପୁର : ଦିନ ୧୧ ଘଟିକାରୁ ଅପରାହ୍ନ ୫ ଘଟିକା ଏବଂ ରାତ୍ରୀ ୯ଘଟିକାରୁ ସଖାଳ ୬ଘଟିକା ପର୍ଯ୍ୟନ୍ତ ବିଦୁ୍ୟତ କାଟ ନକରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶ ରହିଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରର ଆନନ୍ଦପୁରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଶକ୍ତି ବିଭାଗ ପକ୍ଷରୁ କେତେବେଳେ ମେଣ୍ଟେନାସ ଆଳରେ ହେଉ ଅବା ଆଉ କେତେ ବେଳେ ଅନ୍ୟ କୌଣସି କାରଣ ଦର୍ଶାଇ କେତେବେଳେ ଘୋଷିତ ଏବଂ ଆଉ କେତେ ବେଳେ ଅଘୋଷିତ ଭାବେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ କରାଯାଉଛି । ଯଦ୍ୱାରା କି ଗ୍ରୀଷ୍ମ ପ୍ରବାହ କଷ୍ଟରୁ ବଳେଇ ପଡୁଛି ଶକ୍ତି ବିଭାଗର ବିଦୁ୍ୟତ କାଟ । ଏଭଳି ଭାବେ ଯଦି ଆଗକୁ ବିଦୁ୍ୟତ କାଟ ହୁଏ ତେବେ ଲୋକମାନେ ବହୁତ କଷ୍ଟ ପାଇବେ ବୋଲି ଉପଭୋକ୍ତା କୁହନ୍ତି । ବାରମ୍ବାର ବିଦୁ୍ୟତ କାଟ ଉପରେ ରୋକ ଲଗାଯାଇପାରିବ ଶକ୍ତି ବିଭାଗ ସଚିବ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।