୮ଫୁଟିଆ ଅଜଗର ଉଦ୍ଧାର
ତାଳଚେର: ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପାଶ୍ୱର୍ରେ ରହିଥିବା ଏକ ଆଜବେଷ୍ଟ ଗୃହରେ ଉକ୍ତ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଚନ୍ଦ୍ରମଣି ନାଏକଙ୍କ ଘରୁ ଅଜଗର ସାପ ଉଦ୍ଧାର କରାଯାଇଛି । ସେ ସକାଳୁ ଘରର ତାଲା ଖୋଲି ଭିତରେ ପଶିବା ପରେ ଏକ ଫଁ ଫଁ ଶଦ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ସେ ଦେଖିବାକୁ ପାଇଲେ ଏକ ବିରାଟ ଅଜଗର ସାପ ଘରର କୋଣରେ ରହିଥିଲା ଓ ସେ ତୁରନ୍ତ ବିଳମ୍ବର ନ କରି ସ୍ନେକ୍ହେଲ୍ପ ଲାଇନକୁ ଫୋନ କରିଥଲେ । ହେଲ୍ପଲାଇନ କର୍ମଚାରୀ ସାପକୁ ଉଦ୍ଧାର କରି ନିକଟସ୍ଥ ରାଣୀପାର୍କ ଜଙ୍ଗଲରେ ଛାଡ଼ି ଦେଇଥିଲେ ।