ବିଭିନ୍ନ ଦାବିରେ ଜୀବିକା ମିଶନ ସଦସ୍ୟାଙ୍କ ଶକ୍ତି ପ୍ରଦର୍ଶନ
ହିଞ୍ଜିଳିକାଟୁ: ଜାତୀୟ ଗ୍ରାମୀଣ ଜୀବିକା ମିଶନ ସ୍କିମ, ଓଡିÿଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିÿଶା ଜୀବିକା ମିଶନ ଏବଂ ଓଡ଼ିଶା ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ହଜାର ହଜାର ଇସି ସଦସ୍ୟା ଏଆଇଟିୟୁସି ସଂଯୁକ୍ତ "ନିଖିଳ ଓଡିÿଶା ଜୀବିକା ମିଶନ ଇସି ସଂଘ’ ନେତୃତ୍ୱରେ ପୌରପରିଷଦ ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଓଡିÿଶା ଜୀବିକା ମିଶନ ନିଦେ୍ର୍ଦଶକ ତଥା ସିଇଓ ଗତ ୮ ଜାନୁଆରୀରେ ୩୭ନଂ ଚିଠିରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ର ଅଡିଟ ସାଙ୍ଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିବାକୁ ନିଦେ୍ର୍ଦଶ ଦେବା ପରେ ସମଗ୍ର ରାଜ୍ୟରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ୟଙ୍କ ମଧ୍ୟରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି । ଗତ ୨୫ବର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀବିକା ଅର୍ଜନର ରାହା ଦେଖାଇବା ପାଇଁ ବିନା ପାରିଶ୍ରମିକରେ କାର୍ଯ୍ୟ କରିଆସିଥିବା ବେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାୱେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେବାରୁ ଏବେ ରିଷ୍ଟ୍ରକଚ୍ରିଙ୍ଗ ନାମରେ ଏହି ମହିଳା ଶ୍ରମିକଙ୍କୁ ହଟାଇ ଦଳୀୟ ଭିତ୍ତରେ ନୂତନ ଇସି ନିଯୁକ୍ତି ଷଡଯନ୍ତ୍ର କରାଯାଇଛି । ଏହି ଇସି ରିଷ୍ଟକୁରିଙ୍ଗ୍ ବନ୍ଦ କରିବା ସହ ଇସି ସଦସ୍ୟଙ୍କୁ ସ୍ଲାୟୀନିଯୁକ୍ତି, ଏନ୍?ଆରଏଲଏମ୍ ସ୍କ୍ରିମ ଅଧିନରେ କାର୍ଯ୍ୟରତ ସମସ୍ତ ଇସି ସଦସ୍ୟ ଓ କମୁ୍ୟନିଟି ସପୋର୍ଟ ଷ୍ଟାଫଙ୍କୁ ୱାର୍କର ମାନ୍ୟତା, ଇପିଏଫ୍-ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା, ଗତ ଜୁଲାଇରେ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ଆଇନର କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ମାସିକ ଭତ୍ତା ପ୍ରଦାନ, ୨୦୨୪ ମସିହା ସେପ୍ଟେମ୍ବର ମାସରୁ ବକେୟା ଥାଇ ଇସି ଏଫ୍ଟିଏ, ସିଆରପି ଓ ଏମବିକେଙ୍କ ଏକ ବର୍ଷର ବକେୟା ପ୍ରଦାନ ଦାବିରେ ଏହି ବିକ୍ଷୋଭ କରିଛନ୍ତି । ଇସି ସଦସ୍ୟମାନେ ମାସିକ ଏକ ହଜାର ୫ଶହ ଟଙ୍କା ଭତ୍ତା ପାଉଥିବା ବେଳେ, ସରକାର ଏହି ମହିଳାଙ୍କ କାର୍ଯ୍ୟ ସୁଗମ କରିବା ପାଇଁ ସ୍କୁଟର ଖରିଦ ପାଇଁ ଯେଉଁ ଋଣ ଦେଇଥିଲେ, ଏମାନଙ୍କୁ ଇସି ପଦରୁ ରିଷ୍ଟ୍ରକ୍ଚରିଙ୍ଗ୍ କରି ହଟାଇଲେ ଏମାନେ ଋଣ ପରିଶୋଧ କରି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ତେଣୁ ସରକାର ଏହି ରିଷ୍ଟକୁରିଙ୍ଗବନ୍ଦ କରି ଇସି ସଦସ୍ୟଙ୍କ ସମେତ ସମସ୍ତ କମୁ୍ୟନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ପ୍ରତିଧ୍ୱନିତ ହୋଇଆଛି । ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘର ହିଞ୍ଜିଳିକାଟୁ ବି ଏଲ ଏଫ୍ ବିଷ୍ଣୁ ବ?ହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶାଳ ବିକ୍ଷୋଭ ସମାବେଶରେ ବିପିଏଲ ଏଫ୍ ରଶ୍ମିତା ବେହେରା, ସିଏଲ ଏଫ୍ ସୁଚିତ୍ରା ପୋଲାଇ,ଏଏଲ ଏଫ୍ ବିରୋଜିନୀ ପଣ୍ଡା ଉଦ୍ବୋଧନ ଦେଇ ରିଷ୍ଟ୍ରକ୍ଚରିଙ୍ଗ ବନ୍ଦ, ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଇପିଏଫ୍ ଇଏଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା ପ୍ରଦାନ, କମୁ୍ୟନିଟି ସପୋର୍ଟ ଷ୍ଟାଫ୍ ଯଥା ସିଆରପି, ଏମବିକେ ଓ ଅନ୍ୟମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଇସି ଓ କମୁ୍ୟନିଟି ସପୋର୍ଟ ଷ୍ଟାଫଙ୍କ ବକେୟା ଭତ୍ତା ପ୍ରଦାନ ପାଇଁ ସମ୍ପ୍ରତି ଜିଲ୍ଲା ସୁରରେ ଆନ୍ଦୋଳନ ଚାଲିଥିବା ବେଳେ ବୀଧାନସଭା ବଜେଟ ଅଧୂବେଶନ ବେଳେ ସମ୍ମିଳିତ ବିଶାଳ ପ୍ରତିବାଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।ଏହି ପ୍ରରିପ୍ରେକ୍ଷିରେ ଏକ ୧୧ଦଫା ଦାବିପତ୍ର ହିଞ୍ଜିଳିକାଟୁ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ହଜାର ହଜାର ମହିଳା ସଦସ୍ୟ ନାରା ଦେବା ସହ ଶୋଭାଯାତ୍ରାରେ ବାହାରି ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା ଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।