ମାଗଣା ସ୍ୱାସ୍ଥ୍ୟ ଶିବିର
ପଟ୍ଟାମୁଣ୍ଡାଇ : ଭୁବନେଶ୍ୱର ବିଏନ୍ଆର ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଳିପୁର ବିଏନ୍ଏନ୍ଆର ପବ୍ଲିକ ସ୍କୁଲରେ ଦିବଂଗତ ସମାଜସେବୀ ଇଂ. ବିଭୁତି ଭୂଷଣ ପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥସେବା ଶିବିରକୁ ଟ୍ରଷ୍ଟର ଅଧ୍ୟକ୍ଷା ସାମାଜସେବୀ ନିରୁପମା ପାତ୍ର ଉଦ୍ଘାଟନ କରିଥିଲେ । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ଶାସନ ସରପଞ୍ଚ ସଂଗ୍ରାମ ବାରିକ, ଶ୍ରୀରାମପୁର ସରପଞ୍ଚ ପ୍ରତିନିଧି ପ୍ରତାପ ସେଠୀ, ସମିତିସଭ୍ୟ ଉତ୍ତମ ଜେନା, ଯୁବ ନେତା ଉତ୍ତମ ଖୁଣ୍ଟିଆ ଓ ଯୁବ ସମାଜସେବୀ ବିଶ୍ୱରଞ୍ଜନ ପାତ୍ର, ପ୍ରେମରଞ୍ଜନ ପଣ୍ଡା, ଶିକ୍ଷାବିତ ହରିହର ପତି ଓ ବିରେନ ପ୍ରଧାନ ପ୍ରମୁଖ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିବା ସହିତ ବିଏନ୍ଏନ୍ଆର ଟ୍ରଷ୍ଟର ଏଭଳି ସେବାମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିବିରରେ ଭୁବନେଶ୍ୱର ସମ ହସ୍ପିଟାଲ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. କାଶୀନାଥ ସ୍ୱାଇଁ, ଶିଶୁ ରୋଗ ବିଶେଷଜ୍ଞ ଡ. ଅମରେଶ୍ୱର ଶତପଥୀ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ରାଜେଶ କରଣ, ଆପୋଲୋ ହସ୍ପିଟାଲ କ୍ରିଟିକାଲ ମେଡ଼ିସିନ ଡ. ବିଜୟାଲଷ୍ମୀ ପାତ୍ର, ଆଳି ସିଏଚ୍ସି ଡ. ଇନ୍ଦ୍ରଭାନୁ ପ୍ରଧାନ, ଆଳି ସିଏଚ୍ସି ଭେଷଜ ବିଶେଷଜ୍ଞ ଡ. ରଜତ ପାତ୍ର, ଆଳି ସିଏଚ୍ସି ଇଣ୍ଟରନାଲ ମେଡ଼ିସିନ ବିଭାଗ ଡ. ପଙ୍କଜ ତ୍ରିପାଠୀ, ମେଡ଼ିସିନ ବିଶେଷଜ୍ଞ ଡ. କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ରୋଗୀଙ୍କୁ ଚିକିତ୍ସା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରିଥିେ । ଏହି ଶିବିରକୁ ସମ୍ପଦ୍ ପାତ୍ର, ଅମୂଲ୍ୟ ସାହୁ, ସଞ୍ଜୟ ରାଉତ, ବଲରାମ କୁଣ୍ଡଙ୍କ ସମେତ ବିଏନ୍ଏନ୍ଆର ପବ୍ଲିକ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।