ସରକାରଙ୍କ ବର୍ଷ ପୂର୍ତ୍ତି କର୍ମଶାଳା
ରାଜକନିକା : ରାଜକନିକା ବିଜେପି ପକ୍ଷରୁ ରବିବାର ଦିନ ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ଠାରେ ସେବା,ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରେୟସ ଦାସ ସଂଯୋଜନା କରିଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଏହି କର୍ମଶାଳାରେ ଆଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଅନନ୍ତ ରଥ ଉପସ୍ଥିତ ରହି କର୍ମୀ ମାନଙ୍କୁ ଆଗାମୀ ଦିନର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ କେମିତି ଠିକ ଭାବରେ ସମ୍ପାଦିତ ହେବ ବିଷୟରେ ସୂଚନା ଦେଇଥିଲେ । ଏଥିରେ ରାଜକନିକା ସଦର ମଣ୍ଡଳର ଜୋନ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ପୂର୍ବ କନିକା ଜୋନ ସଭାପତି ଦିଲୀପ ପରିଡା, ପଶ୍ଚିମ କନିକା ସଭାପତି ଅର୍ଜୁନ ମଲିକଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।