ରେଷ୍ଟୁରାଣ୍ଟ ଓ ଗୁପ୍ଚୁପ ଦୋକାନରେ ଚଢଉ
ରାଜନଗର : ରାଜ୍ୟରେ ଝାଡାବାନ୍ତି ଥମୁନଥିବା ବେଳେ ବିଭିନ୍ନ ସ୍ଥାନରେ ଦୋକାନୀ ଓ ଉଠା ଦୋକାନୀମାନେ ବାସି ଓ ନିମ୍ନମାନର ଖାଦ୍ୟ ବିକୁଥିବା ଅଭିଯୋଗ ହୋଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ନେତୃତ୍ୱରେ ଡାକ୍ତର ଆଦିତ୍ୟନାରାୟଣ ପ୍ରଧାନ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତରୁଲତା ନାୟକ, କର୍ମଚାରୀ ହିମାଂଶୁ ଶେଖର ଦାସ, ଲାବୋରେଟୋରୀ ଟେକ୍ନିସିଆନ ସୟକୁମାର ବାରିକ ସାମିଲ ହୋଇ ହଂସୁଆ ସେତୁ ନିକଟରେ ତ୍ରିନାଥ ବଜାରରେ ଥିବା ଗୁପଚୁପ ଦୋକାନ, ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ପରୀକ୍ଷା କରିବା ସହ ବାସି ଓ ନଷ୍ଟ ହୋଇଥିବା ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ସେହିପରି ସାନବଡଗୋପାଳପୁର ବଜାରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ ଓ ଗୁପଚୁପ ଦୋକାନ ଉପରେ ଚଢାଉ କରି ବାସି ଖାଦ୍ୟକୁ ଫୋପାଡି ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
