ବିଭିନ୍ନ ସ୍ଥାନରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ବରଗଡ଼: ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିଦେ୍ର୍ଦଶକ୍ରମେ, ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଡିସେମ୍ବର ୧୪ ତାରିଖରେ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଓ ୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ଲୁନା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦୁ୍ୟତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯାଇଥିଲା । ଉକ୍ତ ଲୋକ ଅଦାଲତ ରେ ୩୧୬୦ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୪୯୦୫ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ପାଇଁ ବିଭିନ୍ନ ଅଦାଲତ, ବିଭିନ୍ନ ବ୍ୟାଙ୍କ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା । ଉକ୍ତ ମକଦ୍ଦମା ମାନଙ୍କ ମଧ୍ୟରୁ ୧୬୫ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୨୯୯୦ ଗୋଟି ବିଚାରଧିନ ମୋକଦ୍ଦମା ମାମଲା ର ବିଚାର ହୋଇ ପ୍ରାକ୍ ମାମଲା ବାବଦକୁ ୫୪,୦୫, ୨୮୭/- ଟଙ୍କା ଏବଂ ବିଚାରନ ମାମଲା ବାବଦକୁ ୧,୩୯,୦୩,୯୦୧ /- ଟଙ୍କା ଆଦାୟ ହୋଇଥିଲା । ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଶ୍ରୀମତୀ ଲୁନା ମହାନ୍ତି ଏବଂ ସଚିବ କମଳାକାନ୍ତ ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବାବେଳେ, ପାରିବାରିକ ଅଦାଲତର ବିଚାରପତି ସିଦ୍ଧାର୍ଥ ସାହୁ, ଅତିରିକ୍ତ ଜିଲ୍ଲା ବିଚାରପତି ସଂଘମିତ୍ରା ଶର୍ମା, ରେଜିଷ୍ଟ୍ରାର(ସିଭିଲ୍ କୋର୍ଟ) ଦିଗ୍ବିଜୟ ଦାସ, ବରିଷ୍ଠ ଦେବାନୀ ବିଚାରପତି ସୁଚରିତା ମହାନ୍ତି, ବରିଷ୍ଠ ଦେବାନୀ ବିଚାରପତି ( ମହିଳା ଅଦାଲତ) ପ୍ରଜ୍ଞା ପୂଜାପ୍ରଦା, ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀମତୀ ସୋନାଲୀ ମହାନ୍ତି, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ସୁଶ୍ରୀ ଆର୍ଯ୍ୟା ଐସର୍ଯ୍ୟା ଆଚାର୍ଯ୍ୟ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଚନ୍ଦନ ଦେହୁରୀ ବିଭିନ୍ନ ଅଦାଲତଗୁଡିକୁ ପରିଚାଳନା କରିଥିଲେ । ପ୍ରାଧିକରଣ ଅନ୍ତଭୁକ୍ତ ଆଇନ୍ଜିବୀ, ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନ୍ଜିବୀ ଓ ଯୁବ ଆଇନ୍ଜିବୀ, ପୋଲିସ ଅଧିକାରୀମାନେ, ଆଇନସେବା ପ୍ରାଧିକରଣ ଓ ସିଭିଲ କୋର୍ଟର କର୍ମଚାରୀମାନେ ଉପରୋକ୍ତ ଲୋକ ଅଦାଲତ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ ।
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକସ୍ତରରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର, ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ, ବିମଲ କୁମାର ଚାନ୍ଦ ଚେୟାରମ୍ୟାନ, ପି ଏଲ୍ ଏ, (ପି ୟୁ ଏସ୍), ବିକ୍ରମ କେଶରୀ ପଟ୍ଟନାୟକ, ଜଜ୍ ଫ୍ୟାମିଲି କୋର୍ଟ,ହିମାଂଶୁ ଶେଖର ସିଂହ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ, ପ୍ରିୟ ରଂଜନ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ସୁନନ୍ଦା ପାଢୀ, ରେଜିଷ୍ଟାର, ସିଭିଲ କୋର୍ଟ, ଶ୍ରୀଦୀପ୍ ମିଶ୍ର, ଆଶିଷ କୁମାର ସାହୁ ସିଭିଲ୍ ଜଜ୍ (ବରିଷ୍ଠ), କୁମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ), ବୈଶାଳୀ ନାୟକ, ସିଭିଲ୍ ଜଜ୍ (ବରିଷ୍ଠ), ବାଣିଜ୍ୟିକ କୋର୍ଟ , ଶ୍ରୀମତୀ ଅଣ୍ଣପୂର୍ଣ ଷଡଙ୍ଗୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) , ଦୀପାରାଣୀ ଜେନା ଏସଡିଜେଏମ, ସାସତୀ ମହାପାତ୍ର, ସିଭିଲ୍ ଜଜ୍ (କନିଷ୍ଠ), ଲକ୍ଷ୍ମୀ ବେହେରା ଜେ.ଏମ୍.ଏଫ୍.ସି., ପବ୍ଲିକ ପ୍ରୋସିକୁ୍ୟଟର (ଜିଲ୍ଲା ଜଜ୍ କୋର୍ଟ), ସୁବାଷ ଚନ୍ଦ୍ର ମହାନ୍ତ ଏବଂ ଜିଲ୍ଲା ବାର୍ର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଆରଟିଓ , ବଲାଙ୍ଗିର, ଭାରତୀୟ ସଂଚାର ନିଗମ ଲିମିଟେଡ ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ସାମଲଙ୍କ ନିଦେ୍ର୍ଦଶ କ୍ରମେ ବଲାଙ୍ଗିର ଜିଲ୍ଲା ସାସ୍ଥ୍ୟ ବିଭାଗ ସହଯୋଗରେ ଡା ନନ୍ଦ କିଶୋର ପାଢିଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ସହର ସାସ୍ଥ୍ୟକେନ୍ଦ୍ର କର୍ମଚାରୀ, ଆଶା କର୍ମୀଙ୍କ ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉସôାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ୱାରା ବିକ୍ରି କରାଯାଇଥିଲା । ଉକ୍ତ ଲୋକ ଅଦାଲତ କୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହୋଯୋଗ କରିଥିଲେ । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ୩୫ ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇଥିଲା ୧୫ ଟି ବ୍ୟାଙ୍କ ମକୋଦ୍ଦମାର ସମାଧାନ କରାଯାଇ ୪୩୮୩୧୪୬.୯ ଟଙ୍କା ଦାଖଲ ହୋଇଥିଲା । । ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍ ୮୧୩୮.୦୦/- ଦେବା ପାଇଁ ଆଦେଶ କରାଯାଇଥିଲା ।୪୫ ଟି ଫୌଜଦାରି ମକୋଦ୍ଦମା ଫଇସଲା କରା ଯାଇଥିଲା । ୪୫୫୨ ଟି ରାଜସ୍ୱ ମାମଲା ର ବିଚାର କରାଯାଇଥିଲା ୬ ଟି ପ୍ରାକ୍ ମକୋଦ୍ଦମା ମାମଲାର ସମାଧାର କରାଯାଇ ୮୬୮୬ ଟଙ୍କା ହୋଇଥିଲା
ରାୟଗଡ: ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସମୁଦାୟ ୫ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି । ତନ୍ମଧ୍ୟରୁ ୪ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୧ଟି ଦେୱାନି ମକଦ୍ଦମା । ଉଲ୍ଲେଖନିୟ ଯେ ଉକ୍ତ ଲୋକ ଅଦାଲତରେ, ପରିବାର ଅଦାଲତ ବିଚାରପତି ସଂଜିତ୍ କୁମାର ବେହେରା ଏବଂ କାଉନସିଲର ଆଶା ଆକାଶ ଗୁରୁଙ୍କ ଉଦ୍ୟମ ଯୋଗୁଁ ବହୁ ଦିନରୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇ ରହୁଥିବା ଦୁଇଟି ଦମ୍ପତିଙ୍କର ମିଳାମିଶା ହୋଇପାରିଛି । ପ୍ରକାଶ ଥାଉକି ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୨,୫୩,୭୫୮/- ଦୁଇ ଲକ୍ଷ ତେପନ ହଜାର ସାତଶହ ଅଠାବନ ଟଙ୍କା ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ ।
ଆସିକା: ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦେ?ରାଜଜ୍ ପ୍ରବୀର କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ସବ ଜଜ୍ ସୌଦାମିନୀ ବିଶ୍ୱାଳ,ମୁନସିଫ ଝୀଲ୍ଲାଲିନା ନାୟକ,ଜେଏମ୍ଏଫସି ଗୀତାଞ୍ଜଳି ନାଇୟୁଡୁ, ଓ ତୃପ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲା ବେଳେ ତାଲୁକ ଆଇନ ସେବା ପ୍ରାଧିକାରଣର ସଦସ୍ୟ ରଶ୍ମିତା ସେନାପତି, ଆଇନଜୀବି ଅନନ୍ତ ଶୟନମ, ଓକିଲ ସଙ୍ଘର ସଭାପତି ରବୀନ୍ଦ୍ର ନାଥ ଶର୍ମା, ସମ୍ପାଦକ ବିଦେଶୀ ନାୟକ, ଚନ୍ଦ୍ର ଶେଖର ପାତ୍ର,ପ୍ରଭାତ ପାଢ଼ୀ, ଅଜିତ ଚୌଧୁରୀ, ସରୋଜ ତ୍ରିପାଠୀ, ସୁରେନ୍ଦ୍ର ନାଥ ପଣ୍ଡା, ସରତେନ୍ଦୁ ପଣ୍ଡା ସମେତ ଅନେକ ଆଇନଜୀବି ଯୋଗ ଦେଇଥିଲେ । ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୫୭୯ ଗୋଟି ମାମଲାର ବିଚାରଣ କରି ୭୨ କେସ ଡିସପୋସାଲ କରି ରାୟ ଶୁଣାଇ ଥିଲେ । ରାଷ୍ଟ୍ରୀୟ ଅଦାଲତରେ ଚେକ ବାଉନ୍ସ ବାବଦକୁ ୨ ଲକ୍ଷ ଟଙ୍କା, ବ୍ୟାଙ୍କ ଋଣ ଟଙ୍କା ଫେରସ୍ତ ବାବଦକୁ ୧୧ ଲକ୍ଷ ୬୧ ହଜାର ୫୬୩ ଟଙ୍କା,ମୋଟର ସାଇକେଲ ଦୁର୍ଘଟଣା କ୍ଷତି ବାବଦକୁ ୨୬ ଲକ୍ଷ ୬୭ ହଜାର ଟଙ୍କା,ସିଭିଲ କେସ ରେ କ୍ଷତି ପୂରଣ ବାବଦକୁ ୧୬ ଲକ୍ଷ ୫୦ ହଜାର ଟଙ୍କା ସମେତ ମୋଟ ୫୬ ଲକ୍ଷ ୭୮ ହଜାର, ୫୬୩ ଟଙ୍କା ଆଦାୟ ହୋଇଥିଲା ବୋଲି କୁହାଯାଇଛି ।