ସୌରୀ ସାହିତ୍ୟ ଚେରିଟେବୁଲ ଟ୍ରଷ୍ଟର ସାମ୍ବତ୍ସରିକ ଉତ୍ସବ

 ନୂଆପଡା : ସୌରୀ ସାହିତ୍ୟ ଚେରିଟେବୁଲ ଟ୍ରଷ୍ଟର ସପ୍ତମ ସାମ୍ବସôରିକ ଉସôବ ସ୍ଥାନୀୟ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ  ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ବକ୍ତା ଭାବରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସଂସ୍କୃତି ଗବେଷକ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ଯୋଗ ଦେଇ କବିତାର ବିଭିନ୍ନ ବିଭବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଲିଖିତ କାବ୍ୟ "ବିଦୁଷୀ କନ୍ୟା’ ଓ କବୟିତ୍ରୀ ଭାରତୀ ହୋତାଙ୍କ ରଚିତ ପୁସ୍ତକ "ଶବ୍ଦକନ୍ୟାର ସିକ୍ତସ୍ୱର’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ବିଶିଷ୍ଟ ପାଲାଗାୟକ ଅର୍ଜୁନ ଛତ୍ରିଆ ଓ ବିଜୟ କୁମାର ବାରିକ ପୁସ୍ତକ ଦୁଇଟିକୁ ସମୀକ୍ଷା କରିଥିଲେ । ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କେ.ଭି. ମହାବିଦ୍ୟାଳୟର କଣ୍ଟାବାଞ୍ଜିର ଅଧ୍ୟକ୍ଷ ଡକ୍ଟର ପଦ୍ମଲୋଚନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ  । ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନର କବିତା ପାଠୋସôବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ କବି ପ୍ରବୋଧ କୁମାର ହୋତା ଯୋଗ ଦେଇଥିବା ବେଳେ କବି ମାୟାଧର ସରାଫ ଓ ସଶ୍ମିତା ପଟ୍ଟନାୟକ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ  । ସହ ସମ୍ପାଦକ କୈଳାସ ବାଗ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଉଭୟ ଅଧିବେଶନରେ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା ଓ ଦିଶାମୟୀ ବାରିକ ଯଥାକ୍ରମେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ  । କାର୍ଯ୍ୟକ୍ରମରେ ସୁସାହିତି୍ୟକ ଡକ୍ଟର ସୁଶାନ୍ତ କୁମାର ବିଶି,  ପରିଚାଳନା ସଂପାଦକ ଶିରୀ ଶଙ୍କର ବାରିକ, ତିଳୋତ୍ତମା ପାଣିଗ୍ରାହୀ, ଆଶୁତୋଷ ବାରିକ, ହିମାଂଶୁ ପ୍ରଧାନୀ, ହେମନ୍ତ ପ୍ରଧାନୀ, ସମରଜିତ ବାରିକ, ମାନସ ବାରିକ, ଅନନ୍ୟା ଦଣ୍ଡସେନା, ଆକାଶ କୁମାର ସାହୁ , ଗୋବର୍ଦ୍ଧନ ସାହୁ  ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ କବି କବୟିତ୍ରୀ ଯୋଗ ଦେଇଥିଲେ  ।