ଇତିହାସ ବିଭାଗ  : ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା 

 ରାଜକନିକା : ଶୈଳେନ୍ଦ୍ର ନାରାୟଣ କଲେଜର ଇତିହାସ ବିଭାଗ ର ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି,ଇତିହାସ ବିଭାଗ ବିଭାଗୀୟ ମୁଖ୍ୟ ଡ. ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ଓ ଡ. ରଞ୍ଜନ କୁମାର ରଥ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଡ. ମିର୍ଜା ଇବ୍ରାହିମ ବେଗ,ଡ. ଅଜୟ କୁମାର କୁଣ୍ଡ , ,ଡ. ମିଥିଳା ଦାସ,ପ୍ରଫେସର ଅନୀତା ରାଉତ,ଅବସର ପ୍ରାପ୍ତ ପ୍ରଫେସର ଶରତ ଚନ୍ଦ୍ର ବାରିକ, ଅବସର ପ୍ରାପ୍ତ ପ୍ରାଧ୍ୟାପିକା ତୃପ୍ତି ରାଉତ ଙ୍କ ସମେତ ଅନାନ୍ୟ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ନିଜର ଅଭିଭାଷଣ ରଖିବା ସହ ବିଦାୟୀ ଛାତ୍ରଛାତ୍ରୀଙ୍କ ଉତ୍ତୋର ଉତ୍ତୋର କାମନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଅନିଲ କୁମାର ନାହାକ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ମନେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ,ଏହି ଅବସରରେ ଶେଷ ବର୍ଷ ର ପିଲାମାନେ ନିଜ କଲେଜ ଜୀବନର ଅନୁଭୂତି ବଖାଣି ଥିବାବେଳେ ଅନାନ୍ୟ ପିଲାମାନେ ନାଚ ଗୀତରେ ସଭାକୁ ଗୌରବାନିତ୍ୟ କରିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।