ମୋଟର ସାଇକେଲ ଚୋରି

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ଆଜି ସନ୍ଧ୍ୟା ସମୟରେ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଚୋରି ହୋଇଯାଇଛି ।  ଅଭିଯୋଗ ପ୍ରକାରେ ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଏହି ମୋଟର ସାଇକେଲ ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି ଓ ପ୍ରକାଶ ଯେ ଆଜି ସନ୍ଧ୍ୟା ୫ଘଟିକା ସମୟରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାସ କୋର୍ଟ ସାରି ଘରକୁ ଯିବା ପାଇଁ କୋର୍ଟ ପରିସରରେ ରଖିଥିବା ନାଲି ରଙ୍ଗର ହିରୋ ହୋଣ୍ଡା ମୋଟର ସାଇକେଲ (ଓଡି ୨୯ସି ୨୮୪୦) ନମ୍ବର ମୋଟର ସାଇକେଲ ପାଖକୁ ଯିବାବେଳେ ମୋଟର ସାଇକେଲ ନଥିଲା ଓ ଏହା ପରେ ବହୁ ଖୋଜା ଖୋଜି ପରେ ଗାଡି ନପାଇବାରୁ ବାଧ୍ୟ କୋର୍ଟ ସମ୍ମୁଖରେ ଥିବା ସି ସି ଟିଭି ଯାଞ୍ଚ ପରେ ଜନୈକ ଲୋକ ମୋଟର ସାଇକେଲ ଚୋରି କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ହିରୋ ହୋଣ୍ଡା ମୋଟର ସାଇକେଲ ମାଲିକ ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ମାମଲାର ତଦନ୍ତ ଚଳାଇଛି । କୋର୍ଟ ପରିସରରୁ ଅତୀତରେ ମଧ୍ୟ ମୋଟର ସାଇକେଲ ଚୋରୀ ହୋଇଥିବା ଜଣାପଡିଛି ।