ମହିଳାଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ: ଚାରି ଦିନ ପରେ ବି ପୁଲିସ ହାତ ଖାଲି
ଛେଣ୍ଡିପଦା: ଓଡ଼ିଶାରେ ମହିଳା ସୁରକ୍ଷିତ ନ ଥିବାର ଏକ ନଗ୍ନ ନମୁନା ଅନଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ପୁଲିସ ତଦନ୍ତ କରି ସିସି କ୍ୟାମେରା ଦେଖିବା ପରେ ମଧ୍ୟ ଅପରାଧୀଙ୍କୁ ଚାରି ଦିନ ହେଲାଣି ନ ଧରିବାକୁ ନେଇ ସାଧାରଣରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରକାଶ ଯେ, ଗାୟତ୍ରୀ ଫ୍ଲାଏ ଆସର ମାଲିକାଣୀ ପାଞ୍ଚାଳୀ ସାହୁ ନିଜ ରହୁଥିବା ଘର ସମ୍ମୁଖରେ ନିଜର ସ୍କୁଟି ଓ ବୁଲେଟକୁ ରଖି କଣିହାଁ ଥାନାକୁ ଆଗରୁ ଦେଇଥିବା କେସ୍ ସମ୍ପର୍କରେ ବୁଝିବା ପାଇଁ ଯାଇଥିଲେ । ହେଲେ ସେଠାରୁ ରାତ୍ରି ୯.୩୦ମିନିଟ୍ରେ ଆସି ଦେଖିବାକୁ ପାଇଲେ ଯେ, ଘରର ବିଦୁ୍ୟତ୍ କାଟି କେହି ଜଣେ ଦୁର୍ବୃତ୍ତ ତାଙ୍କର ସ୍କୁଟି ଓ ବୁଲେଟ୍କୁ ନିଆଁ ଲଗାଇ ପୋଡି ଦେଇଛି । ଏ ନେଇ ସେ ପୁଲିସକୁ ଖବର ଦେବା ପରେ ପାଖାପାଖି ଦେଢ଼ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ତେବେ ଏତଲା ନ ଦେଲେ ଆମେ ଆପଣକୁ ସୁରକ୍ଷା ଯୋଗାଇ ପାରିବୁନାହିଁ ବୋଲି ପୁଲିସ କହିବାରୁ ସେ ପାଖାପାଖି ରାତି ୧୧.୪୫ ରେ ପହଞ୍ଚô ଏତଲା ଦେଇଥିବା ଅଭିଯୋଗକାରୀ ଗଣମାଧ୍ୟମକୁ କହିଛନ୍ତି । ତେବେ ପୁଲିସ ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଯାହାକୁ ନେଇ ସେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ପୁଲିସ ଘଟଣାର ୪ ଦିନ ପରେ କାର୍ଯ୍ୟାନୁଷ୍ଠାନ ନେଉନି? ତାହାକୁ ନେଇ ଏବେ ଅଭିଯୋଗକାରିଣୀ ପ୍ରଶ୍ନ କରିଛନ୍ତି । ଏ ନେଇ ଅଧିକାରୀଙ୍କୁ ପଚାରିବାରୁ ମୁଁ ସେମାନଙ୍କୁ ଜାଣି ପାରୁନାହିଁ ବୋଲି କହୁଥିବାବେଳେ ଆଇଆଇସିଙ୍କୁ ଭିଡିଓ କି ଫଟୋ ତଦନ୍ତକାରୀ ଅଧିକାରୀ ଦେଖାଇ ନ ଥିବାରୁ ମୁଁ କିଛି ଜାଣିପାରିନାହିଁ ବୋଲି କହିଛନ୍ତି ।