ଏଟିଏମ୍ ଅଚଳ, ଗ୍ରାହକ ହନ୍ତସନ୍ତ 

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରରେ ଥିବା ଦୁଇଟି ଏ.ଟି.ଏମ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି   । କିଛି ଦିନ ତଳେ ବ୍ୟାଙ୍କ ଲଗାତାର ତିନି ଦିନ ଧରି ବନ୍ଦ ହେବା ଫଳରେ ଅନେକ ଲୋକ ହଇରାଣ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ତେବେ ସୂଚନା ଥାଉ କି ଗୋଲାମୁଣ୍ଡାରେ ଏସବିଆଇ ଏବଂ ଏକ୍ସସିସ ବ୍ୟାଙ୍କ ଏଟିଏମ ଥିଲେ ସୁଦ୍ଧା ଦୁଇଟି ଯାକ ଅଚଳ ହୋଇପଡିଛି । ଗୋଲାମୁଣ୍ଡା ସମେତ ଆଖ ପାଖ ପ୍ରାୟ କୋଡିଏ ଟି ଗାଁର ଲୋକମାନେ ଏହି ଏଟିଏମ ଉପରେ ନିର୍ଭର କରନ୍ତି  । ନିତାନ୍ତ ଆବଶ୍ୟକ ସମୟରେ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି  । ତେବେ କିଛି ଦିନ ପୂର୍ବ ଏସବଆଇ ଏଟିଏମର ମରାମତି କାର୍ଯ୍ୟ କରୁଥିବାର ଲକ୍ଷ୍ୟ କରାଯାଉଥିବା ବେଳେ ଏକ୍ସସିସ ବ୍ୟାଙ୍କ ଏଟିଏମ ବିନା କାରଣରୁ ଅଚଳ ହୋଇ ପଡିବା ଗ୍ରାହକଙ୍କ ପାଇଁ ଦୁର୍ଭାଗ୍ୟ ଜନକ ହୋଇପଡିଛି  ।