ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ

 ସମ୍ବଲପୁର : ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ସହିଦ ବୀର ବିର୍ସାମୁଣ୍ଡାଙ୍କ ୧୨୫ତମ ବଳିଦାନ ଦିବସ ଅବସରରେ ସମ୍ବଲପୁରର ସ୍ଥାନୀୟ ଅଇଁଠାପାଲି ଛକ ସ୍ଥିତ ଧରତୀ ଆବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରାଯାଇଥିଲା । ଏହା ସହ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବୀର ବିର୍ସାମୁଣ୍ଡାଙ୍କ ଉଦେ୍ଦଶ୍ୟରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । କଲ୍ୟାଣ ମହାସଂଘର ସଭାପତି କିଶୋର ମୁଣ୍ଡାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ଅନେକ ବ୍ୟକ୍ତି ସ୍ମୃତିଚାରଣ କରିଥିଲେ । ସଭାରେ ବିଜୁ ଜନତା ଦଳର  କର୍ମକର୍ତ୍ତା ଆନନ୍ଦ ବଡଗୟାନ୍, ଗୋକୁଳ ମେହେର, ଅଶୋକ ପଟେଲ, ବେଣୁଧର ଦାସ, ପ୍ରହଲ୍ଲାଦ ଗୁରୁ, ହରଦୀପ ସିଂ, ବାଲ୍ମୀକି ନାଏକ, ସୁକେଶ ସିଂ, ସଞ୍ଜୟ ବର୍ମା, ରୁଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିବାସୀ କଲ୍ୟାଣ ମହାସଂଘର ସୀତା ମୁଣ୍ଡା, ପୂଜା ମୁଣ୍ଡା, ଭୋଜରାଜ୍ ମୁଣ୍ଡା, ସୁରେଶ ମୁଣ୍ଡା, ବୁଧରାମ ମୁଣ୍ଡା, ୟୁନସ ମୁଣ୍ଡା ଦେବରାଜ ମୁଣ୍ଡା, ହିମାଂଶୁ ମୁଣ୍ଡା, ବିବେକ ମୁଣ୍ଡା, ଚୁନି ମୁଣ୍ଡା, ବିଳାସିନୀ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।