"କଂଗ୍ରେସ ଶକ୍ତିଶାଳୀ ହେବ'
କେନ୍ଦୁଝର : କଂଗ୍ରେସ ସଂଘଠନକୁ ଅଧିକ କ୍ରିୟାଶୀଳ ଓ ସଂଘଠିତ କରିବା ପାଇଁ ଗ୍ରାମାଞ୍ଚଳରୁ କଂଗ୍ରେସ କର୍ମୀମାନେ ଆଗେଇ ଆସିବା ଉଚିତ ବୋଲି ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଶାହାନବାଜ ଚୌଧୁରୀ ଆଜି କଂଗ୍ରେସ ଭବନଠାରେ ଜÿିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ କଂଗ୍ରେସ କର୍ମୀମାନଙ୍କୁ କହିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜÿିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ କେନ୍ଦୁଝର ସାଂସଦ ଯଶୋବନ୍ତ ସିଂହ ଲାଗୁରି, ପୂର୍ବତନ ସାଂସଦ ଶଙ୍କୁନ୍ତଳା ଲାଗୁରି, ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ତେଲକୋଇ ବିଧାୟକ ପ୍ରାର୍ଥୀ ନିର୍ମଳ ନାୟକ, ସଦର ବିଧାୟିକା ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ, ବରିଷ୍ଠ କଂଗ୍ରେସ ନେତା ଯଦୁମଣି ବାରିକ, ବସନ୍ତ କୁମାର ଦାସ, ଲଳିତ ମୋହନ ନାୟକ, କୈଳାଶ ବାରିକ, ଲଷ୍ମଣ ଦାଶ, ରନôାକର ଜେନା, ସୁରଥ କୁମାର ସାହୁ, ଜÿିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ବୀରଭଦ୍ର ମହାନ୍ତ, ଜିଲ୍ଲା କୃଷକ କଂଗ୍ରେସ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ଜÿିଲ୍ଲା ସଭାପତି ସୁଦର୍ଶନ ପାଇକରାୟ, ଜିଲ୍ଲା ମିଡ଼ିଆ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କର୍ମୀମାନଙ୍କ ଦ୍ୱାରା ନୂତନ ଭାବେ ପିସିସି କମିଟିରେ ସମ୍ପାଦକ ଭାବେ ନିଯୁକ୍ତି ହୋଇଥିବା ମୋହନ ହେମ୍ବ୍ରମଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।