ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ
ବାଲେଶ୍ୱର : ୟୁନିସେଫ ୟୁଥ ଫର ୱାଟର ପ୍ଲସ ଓ ମେ ଆଇ ହେଲ୍ପ ୟୁ ପକ୍ଷରୁ ସ୍ଥାନୀୟ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ସମାଜସେବୀ ଉବାଚକ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଡା ଅସିତ ପ୍ରଧାନ ଯୋଗ ଦେଇ ଋତୁସ୍ରାବ ସମୟରେ ପରିଚ୍ଛନତା, ହାତଧୁଆ, ସାନିଟାରୀ ପ୍ୟାଡର ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥି ମହିଳା ସ୍ୱାସ୍ଥ୍ୟ କର୍ମୀ ଅର୍ପିତା କର ଓ ଆଇସିଡିଏସ ସୁପରଭାଇଜର ଶୁଭଶ୍ରୀ ଦାଶ ଋତୁସ୍ରାବ ସମ୍ପର୍କିତ ଅନ୍ଧବିଶ୍ୱାସ ଓ କୈଶର ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣଲତା ଘୋଷ, ଅନୁପମା ଦଶ, ଜୟନ୍ତୀ ବିଶ୍ୱାଳ ଓ ସ୍ୱର୍ଣ୍ଣପ୍ରଭା ଦାସ ପ୍ରମୁଖ ପରିଚାଳନା କରିଥିଲେ ।