ବିଳାସପୂର୍ଣ୍ଣ ବୋଟ୍ "ସମୁଦ୍ରା’ ଉଦ୍ଘାଟିତ

 ଚିଲିକା:  ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିଥି ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବା ସହିତ ଚିଲିକାରେ ସେମାନଙ୍କର ନିରାପଦ ଜଳଯାତ୍ରା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ "ସମୁଦ୍ରା’ ନାମକ ବୋଟ୍କୁ ବଡ଼କୁଳ ପାନ୍ଥନିବାସ ଠାରେ ଉଦ୍ଘାଟିତ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ, ପୂର୍ତ୍ତ ଓ ଅବକାରୀ ବିଭାଗ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ସାଗରୀକା ନାଥ , ଓଟିଡିସି ଜିଏମ୍ ଡ. ଲଲାଟେନ୍ଦୁ ସାହୁ, ବିଡିଓ ହଳଧର ଶବର, ତହସିଲଦାର କାହ୍ନୁ ଚରଣ ଘଡ଼େଇ, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ  ସରକାରୀ ଅଧିକାରୀ ଏବଂ ବହୁ ରାଜନୈତିକ ବ୍ୟକ୍ତି ବିଶେଷ ଉପସ୍ଥିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ପରେ ଉପମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀଙ୍କ ସମେତ ବାଣପୁର ବ୍ଲକ ଅଧ୍ୟକ୍ଷ, ଚିଲକା ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି ସ୍ଥାନୀୟ ନେତୃତ୍ୱ ଓ ସରକାରୀ ଅଧିକାରୀ ଚିଲିକା ହ୍ରଦରେ ଜଳଯାତ୍ରା କରି ଏହାର ଆନନ୍ଦଉପଭୋଗ କରିଥିଲୋ ଏହି ନୂତନ ବୋଟ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଆଲୋକ ଏବଂ ସାଉଣ୍ଡ ସହିତ ଜୀବନ ରକ୍ଷାକାରୀ ନିରାପତ୍ତା ଜ୍ୟାକେଟ ସାଙ୍ଗକୁ ସ୍ନାକ୍ସର ମଧ୍ୟ ବ୍ୟବସ୍ଥା ଉପଲବ୍ଧ ରହିଛି । ପର୍ଯ୍ୟଟକ ଏଥିରେ ଚିଲିକା ଜଳରାଶିରେ ମା କାଳୀଜାଈ ଓ ଅନେକ ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ । ପାନ୍ଥନିବାସ ପରିଚାଳକ ସବ୍ୟସାଚୀ କର ଏବଂ ଓଟିଡିସି କର୍ମଚାରୀ ପ୍ରମୁଖ ଉପସ୍ତିତ ରହିଥିଲେ ।