ପୁରୁଷୋତ୍ତମପୁର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଆସନ୍ତା ୮ରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗ୍ରସ୍ତରେ ଯିବେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମଳିଥିବା ସୂଚନା ପ୍ରକାରେ, ସେ ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଯେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଓ ଜିଲାର ସମସ୍ତ ବିଧାୟକ ମଧ୍ୟ ଯୋଗଦେ। ଏ ନେଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଆସି ଭିତ୍ତଭୂମି ଓ ପାରିପାର୍ଶ୍ୱିକସ୍ଥିତିର ସମୀକ୍ଷାକରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏହିସମୟରେ ଜିଲା ମୁଖ୍ୟ କାର୍ଯ୍ୟନିର୍ବାବାହୀ ଅଧିକାରୀ ମଧୂମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଏବିଡିଓ ନିରାକାର ଯେନା, ଜିଲା ଶିକ୍ଷାଅଧିକାରୀ ଅଜୟକୁମାର ପାତ୍ର, ବ୍ଲକ ଶିକ୍ଷାଅଧିକାରୀ କିଶୋରକୁମାର ବେହେରା, ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋ ପ୍ରମୁଖଙ୍କ ସମେତ ସମସ୍ତଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନଛାତ୍ର ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ବିଦ୍ୟାୟଟି ପ୍ରାକସ୍ବାଧିନତା କାଳରେ ୨୮.୧୦.୧୯୨୫ ମସିହାରେ ପ୍ରତିଷ୍ଠା ଲାଭକରିଥିଲା।