ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ୨ ଦିନିଆ "ସୁସ୍ଥ ଓଡ଼ିଶା ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ

ଭୁବନେଶ୍ୱର:  ଓଡିଶା ସରକାର “ଓଡିଶା ଭିଜନ-୨୦୩୬-୨୦୪୭”କୁ ଦୃଷ୍ଟିରେ ରଖି ବିଶ୍ୱ ଓଡିଆ ପରିବାର ପକ୍ଷରୁ ସୁସ୍ଥ ଓଡିଶ ବିକଶିତ ଓଡିଶା ୨ ଦିନିଆ କର୍ମଶାଳା ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି  । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ଓଡ଼ିଆ ପରିବାର ଅଧ୍ୟକ୍ଷ ସର୍ଜନ ଶର୍ମା ପ୍ରକାଶ କରିଛନ୍ତି   । ଏହି ସ୍ୱାସ୍ଥ୍ୟ ସମ୍ମିଳନୀର ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତିକୁ ୧.୫ ଟ୍ରିଲିୟନ ଡଲାରକୁ ପରିଣତ କରିବା  । ଏହି ସମ୍ମିଳନୀକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, “ଏହି ଭିଜନ ବା ସ୍ୱପ୍ନ କେବଳ ଏକ ନୀତିଗତ ଦସ୍ତାବିଜ ନୁହେଁ, ବରଂ ଓଡିଶାବାସୀଙ୍କ ସାମୁହିକ ସ୍ୱର”  ।  ଏକ ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ଭିଜନ ବା ସ୍ୱପ୍ନର ଦସ୍ତାବିଜରେ ସ୍ୱାସ୍ଥ୍ୟସେବାକୁ ବିଶେଷ ମହତ୍ୱ ଓ ଗୁରୁତ୍ୱ ପ୍ରଦାନ କରାଯାଇ ସେହି  ଅନୁସାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  । “ବିଶ୍ୱ ଓଡିଆ ପରିବାର” ଦାୟୀତ୍ୱର ସହିତ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଦୃଷ୍ଟିଶୀଳ “ଓଡିଶା ଭିଜନ- ୨୦୩୬-୨୦୪୭” କୁ ବାସ୍ତବ ରୂପ ଦେବା ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚାଇବାର ଏକ ପ୍ରୟାସ ଆରମ୍ଭ କରିଛି  । ଏହି ପରିପ୍ରେକ୍ଷୀରେ ଏକ ଦୁଇ ଦିନିଆ “ସୁସ୍ଥ ଓଡିଶା – ବିକଶିତ ଓଡିଶା ୨୦୩୬-୨୦୪୭” ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା କରିଛି  । ଏହି ସମ୍ମିଳନୀରେଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ସମେତ ସ୍ୱାସ୍ଥ୍ୟ ସଂପର୍କିତ ବହୁ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ରହିବାକୁ ସମ୍ମତି ପ୍ରଦାନ କରିଛନ୍ତି  । ଏହି ସମ୍ମିଳନୀରେ ପ୍ରତିଷ୍ଠିତ ଚିକିସôକ, ମେଡିକାଲ କଲେଜ, ଗବେଷଣାରତ ଅନୁଷ୍ଠାନ, ପାରାମେଡିକାଲ ଶିକ୍ଷା ସଂସ୍ଥା, ସରକାରୀ ଓ ଘରୋଇ ହସପିଟାଲ, ଫାର୍ମା କମ୍ପାନୀ, ସର୍ଜିକାଲ ଓ ମେଡିକାଲ ଉପକରଣ କଂପାନୀ, ନିଦାନ ସଂସ୍ଥା, ସ୍ୱାସ୍ଥ୍ୟ ବୀମା କମ୍ପାନୀ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସଫଟୱେର କମ୍ପାନୀମାନେ ଅଂଶୀଦାର ଭାବେ ସାମିଲ ହୋଇ ମତାମତ ରଖିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାୟୁ ଶୌଲ୍ୟ ବିଶେଷ  ପ୍ରତାପ ପାଣି, ମଦନ ମୋହନ ପାଢୀ ଡାଇରେକ୍ଟର ଆୟୁଷ, ଡକ୍ଟର ହାଡିବନ୍ଧୁ ପାଣିଗ୍ରାହୀ, ପିୟୁଷ ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।