୧୪ ଦିନର ଶିଶୁର ସଫଳ ବ୍ରେନ୍ ସର୍ଜରୀ : ମଣିପାଲ୍ ହସ୍ପିଟାଲରେ ପ୍ରଥମ
ଭୁବନେଶ୍ୱର : ୧୪ ଦିନ ପରେ ପୁଣିଥରେ ପୁର୍ନଜୀବନ ପାଇଲା ଏକ ନବଜାତ ଶିଶୁ । ଏକ ଦୁର୍ଲଭ ଏବଂ ଜଟିଳ ବ୍ରେନ୍ ରୋଗ ଅନ୍ତର୍କ୍ରାନିଆଲ ହେମାଟୋମାରେ (ଇଣ୍ଟ୍ରାକରାନିଆଲ ହେମାଟୋମା) ପୀଡିତ ଥିବା ନବଜାତ ଶିଶୁ ଜୀବନ ରକ୍ଷା କରିବା ପାଇଁ ଜନ୍ମ ହେବାର ମାତ୍ର ୧୪ ଦିନ ପରେ କରାଯାଇଥିଲା ବ୍ରେନ ଅପରେସନ୍ । ଯାହାକି ଓଡିଶାରେ ପ୍ରଥମ ଘଟଣା ବୋଲି ମଣିପାଲ ହସ୍ପିଟାଲର କତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ୍ୟ ଅଛି ଏବଂ ଅନ୍ୟ ପିଲାଙ୍କ ଭଳି ଏକ ସାଧାରଣ ଜୀବନ ଅତିବାହିତ କରୁଛି । ରାଉରକେଲାରେ ଜନ୍ମ ହୋଇଥିବା ଏହି ଶିଶୁ ଗୋଟିଏ ଗଭୀର ମସ୍ତିଷ୍କ ସମସ୍ୟାର ଲକ୍ଷଣ ଦେଖାଇଥିଲା । ଚିନ୍ତିତ ମାତାପିତା ଶିଶୁଟିକୁ ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲ୍କୁ ଆଣିଥିଲେ ।
ଯେଉଁଠି ବରିଷ୍ଠ ନୁ୍ୟରୋସର୍ଜନ ଡାକ୍ତର ସୁନିଲ କୁମାର ପାତ୍ର ଶିଶୁଟିଙ୍କୁ ଏକ ଜଟିଳ ବ୍ରେନ ରୋଗ ଅନ୍ତର୍କ୍ରାନିଆଲ ହେମାଟୋମାରେ ଯେଉଁଥିରେ ବ୍ରେନ୍ ଭିତରେ ରକ୍ତ ଜମାଟ ପୀଡିତ ବୋଲି ଚିହ୍ନଟ କରିଥିଲେ । ଏହି ଅବସ୍ଥା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଏ । ଏହି କାରଣରୁ ଏହା ନବଜାତ ଶିଶୁଙ୍କ ଠାରେ ଚିହ୍ନଟ ହେବା ବହୁତ ଦୁର୍ଲଭ । ନବଜାତ ଶିଶୁର ଜୀବନ ରକ୍ଷା କରିବା ପାଇଁ ଡାକ୍ତର ସୁନିଲ କୁମାର ପାତ୍ର ଶିଶୁଟିଙ୍କ ମସ୍ତିଷ୍କର ଡାହାଣ ପାଶ୍ୱର୍ରେ ସର୍ତକତା ସହିତ ଅପରେସନ୍ କରିଥିଲେ । ଯାହା ଫଳରେ ଶିଶୁଟି ନୂତନ ଜୀବନ ପାଇଛି । ଏଥିପାଇଁ ଡାକ୍ତର ସୁନିଲ କୁମାର ପାତ୍ର ମଣିପାଲ ହସ୍ପିଟାଲର ନୁ୍ୟରୋ ଆନାସ୍ଥେସିଓଲୋଜିଷ୍ଟ ଡାକ୍ତର ଭାଗ୍ୟରଞ୍ଜନ ଜେନା, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ ଏବଂ ମଣିପାଲ ହସ୍ପିଟାଲର ସମସ୍ତ ଓଟି ଷ୍ଟାପ୍, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।