ବିଶ୍ୱ ପରିବେଶ ଦିବସ ପାଳିତ
ଯଖପୁରା : ମୈଥାନ କାରଖାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ମାଣତୀରା କଲେଜରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ମୈଥାନ କାରଖାନାର ପକ୍ଷରୁ ସୋମେନ୍ଦ୍ର ସାହୁ, ସହକାରୀ ପରିବେଶ ବିତ ବୈଜ୍ଞାନିକ ରାଜ୍ୟ ପଦୂଷଣ ବିଭାଗ କୁମାର ବୀର ବର୍ଦ୍ଧନ, ସହାୟକ ଉପସଭାପତି ମୈଥାନ ଇସ୍ପାତ କ୍ୟାପଟେନ ଦୀପକ ସାହୁ, ଚିଫ ସିକୁରିଟି ଅଫିସର ପ୍ରମୋଦ ବେହେରା, କନିଷ୍ଟ ପ୍ରବନ୍ଧକ ପରିବେଶ ବିଭାଗ ଏବଂ ସମରେନ୍ଦ୍ର ଘଡ଼ାଇ ହ୍ୱିଉମାନ ରିସର୍ଚ୍ଚ ବିଭାଗ ପ୍ରମୁଖ ଯୋଗ ଦେଇଥିଲେ । ପରିବେଶକୁ କିପରି ସୁରକ୍ଷିତ କରାଯାଇ ପାରିବ ତାହା ଉପରେ କୁମାର ବୀର ବର୍ଦ୍ଧନ କହିଥିଲେ । ପରିବେଶକୁ ରକ୍ଷା କରିବାକୁପ୍ରଚୁର ପରିମାଣର ବୃକ୍ଷ ରୋପଣ ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ ବୋଲି କହିଥିଲେ । ପରିବେଶ ଦିବସରେ କାରଖାନା ପକ୍ଷରୁ ୫୦୦ଟି ବୃକ୍ଷ ରୋପଣ କରାଯାଇଥିଲା ।