ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା
ଯାଜପୁର ଟାଉନ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପକ୍ଷରୁ ସଚେତନତା ସଭା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ରାମବାଗ ହାଇସ୍କୁଲରେ ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶକ୍ରମେ ଅତିଥି ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ବିଷୟରେ ଆଲୋକପାତ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମହେଶ୍ୱର ସାହୁ ବକ୍ତବ୍ୟ ରଖିଥିବା ବେଳେ, ବିଦ୍ୟାଳୟ ଲିଗାଲ୍ ଲିଟ୍ରେସି କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଶରଥପୁର ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ, ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, ଶିକ୍ଷାକର୍ମୀ, ଛାତ୍ରଛାତ୍ରୀଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।