ସ୍କୁଲରେ ପୋଷାକ ବିତରଣ

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉସôବ କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତିମିର ସମସ ତବରେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ୧୬ ନମ୍ବର ୱାର୍ଡର କାଉନସିଲର ଫରଜାନା ଖାତୁନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜୋତା, ମୋଜା, ଟି-ସାର୍ଟ, ପ୍ୟାଣ୍ଟ ଓ ବ୍ୟାଚ୍ ପ୍ରଦାନ କରିଥିଲେ । ସିଆରସିସି ବିଭୁ ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସେକ ମନୁସୁର ଅଲ୍ଲୀ, ଗାଙ୍ଗିୟ କୁମାର ବିଶ୍ୱାଳ, ସେକ ବାସୁ, ରିଜୁଆନା ବିବି, ନଗମା ପରବିନ ପ୍ରମୁଖ ଉପସ୍ଥିତ ଥିଲେ  ।