ବିଶ୍ୱ ମାତୃଦିବସ ପାଳିତ

 ବେତନଟୀ : ବେତନଟୀର ପଦ୍ମମାଳୀ ମହିଳା ସଂଗଠନ ପକ୍ଷରୁ ବିଶ ମାତୃ ଦିବସ ପାଳିତ ହୋଇଯାଇଛି । ସଂଗଠନର ସଭାପତି ସଂଯୁତା ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ସମ୍ପାଦିକା ପ୍ରଭାତୀ ମହାନ୍ତି ସଂଯୋଜନା କରିଥିଲେ । ମା’ ହେଉଛି ସଂସାରର ସବୁଠାରୁ ସୁନ୍ଦର ଏବଂ ଅନନ୍ୟ ଉପହାର ବୋଲି ବୈଠକରେ ମତ ପ୍ରକାଶ କରିଥିଲେ । ସଂସାରରେ ମା'ର ବିଭିନ୍ନ ରୂପ ଏବଂ ଭୂମିକା ଉପରେ ସମ୍ୟକ୍ ଆଲୋଚନା କରାଯାଇଥିଲା । ଏହି ସଭାରେ ସଂଗଠନର ମହିଳାମାନଙ୍କ ମଧ୍ୟରେ ଭାରତୀ ଦାସ, ଅନିତା ପରିଡା, ସସ୍ମିତାବାରିକ, ହରପ୍ରିୟା ଦାସ, ସୋନା ଖାତୁନ, ରଞ୍ଜିତାକର, ଅନିଦିତା ସାହୁ, ମୀନତୀ ସାହୁ, ଉମା ଯାଦବ, କୁମୁଦିନୀ ମହାନ୍ତ, ମାନିଲତାବଳା, ମାଳତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।