ଦୋକାନରୁ ଚୋରି
ପାଣିକୋଇଲି : ଗୁରୁବାର ରାତିରେ ପାଣିକୋଇଲି ବଜାର ଏକ ଦୋକାନରୁ ଚୋରି ହୋଇଛି । ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ଏଠାକାର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ପାଣିକୋଇଲି ଗ୍ରାମର ଆନନ୍ଦ ଦଳେଇଙ୍କ ପାନଦୋକାନ ଭାଙ୍ଗି କେହି ଦୁବୃତ ଗତ ରାତିରେ ଭାଙ୍ଗି ସାମଗ୍ରୀ ଓ ନଗଦ ଟଙ୍କା ଚୋରି କରି ନେଇଛି । ଅଭିଯୋଗ ପରେ ପୁଲିସ ତଦନ୍ତ କରୁଛି ।